Odisha news

ମା ଉଗ୍ରତାରା ଓ ମା ବନ ଦୁର୍ଗା କାଳରାତ୍ରି ବେଶରେ ଦର୍ଶନ ଦେଲେ

0

ନିରାକାରପୁର, ୨/୧୦:  ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାର ଷୋଡ଼ଶ ଦିବସ ଓ ନବରାତ୍ରର ସପ୍ତମ ଦିବସର ନୂଆଗଡ ପଞ୍ଚାୟତ ମୁଳିଝର ଗଡ ସ୍ଥିତ ମା   ଉଗ୍ରତ।ରା    ଓ ରାମେଶ୍ବର ସ୍ଥିତ  କଲ୍ୟାଣମୟୀ ଜଗଜ୍ଜନନୀ ମା ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ କାଳରାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଏବଂ ବିଶ୍ବର ମଙ୍ଗଳ କାମନା କରି ସ୍ତୁତି ପାଠ ଦ୍ବାରା ତ୍ରିଦିବସୀୟ ଯଜ୍ଞର ଦ୍ବିତୀୟ ଦିବସରେ ସକାଳୁ ମାଙ୍କର ମଙ୍ଗଳ ଆଳତି,କଳଶ ପୂଜା, ସୂର୍ଯ୍ୟ ପୂଜା, ଆବାହିତ ଦେବା ଦେବୀଙ୍କ ପୂଜନ ଓ ଆହୁତି ପ୍ରଦାନ କରାଯାଇଛି। ମାଙ୍କୁ ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଆଳତି ପୁଷ୍ପାଞ୍ଜଳି, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା

Leave A Reply