Odisha news

ମଣିଷ ଜୀବନ ପାଇଁ ବରଦାନ ସଦୃଶ ଅଟେ ଡ୍ରାଗନ୍ ଫ୍ରୁଟସ୍ , ଦୂରେଇ ରଖିଥାଏ ଅନେକ ସମସ୍ୟାରୁ

0
ଇ କିଛି ବର୍ଷ ହେବ ବଜାରରେ ଗୋଟିଏ ନୂଆ ଫଳ କୁ ଦେଖିବାକୁ ମିଳୁଛି । ଯାହାର ନାମ ହେଉଛି ଡ୍ରାଗନଫ୍ରୁଟସ୍ । ଏହା ହୁଏତ ଆପଣ ମାନେ ସମସ୍ତେ ସୁଣିଥିବେ । ଏହି ଫଳ ଟି ର ନାମ ଯେତିକି ରୋମଞ୍ଚକ ଗୁଣ ମଧ୍ୟ ସେତିକି ରୋମାଞ୍ଚକ ପୂର୍ଣ୍ଣ । କିବି ଓ ନାସପାତି ଭଳି ସ୍ଵାଦ ଦେଇଥିବା ଏହି ଫଳଟି ଅନେକ ଗୁଡ଼ିଏ ମାରାତ୍ମକ ବ୍ୟାଧି କୁ ଠିକ୍ କରିବାରେ ସାହାଯ୍ୟ କରିଥାଏ ।
 ଡ୍ରାଗନଫ୍ରୁଟସ୍ ରେ ଥିବା ପୋଷାକ ତତ୍ତ୍ଵ ଗୁଡ଼ିକ ହେଲା ଭିଟାମିନ ସି, କେରୋଟିନ , ପ୍ରୋଟିନ , ଫାଇବର , କ୍ୟାଲସିୟମ , ଫସଫରସ, ପୋଲି ଅନ୍ ସଚୁରେଟେଡ ଫ୍ୟାଟ୍
ଫ୍ୟା ଟି ଏସିଡ ଓ ଆଣ୍ଟି ଆକ୍ସିଡ଼ାଣ୍ଟ ଭଳି ନ୍ୟୁଟ୍ରିଏଣ୍ଟସ୍ ରେ ଭରପୁର ରହିଛି । ଯାହା ଶରୀରକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ ।
– ହାର୍ଟ ପାଇଁ ହିତକର -:
ଡ୍ରାଗନଫ୍ରୁଟସ୍ ହାର୍ଟ ପାଇଁ ଖୁବ୍ ହିତକର । ଏଥିରେ ଓମେଗା 3 ଫ୍ୟଟିଏସିଡ , ଓମେଗା 6 ଫ୍ୟଟୀ ଏସିଡ ଓ ଆଣ୍ଟିଅକ୍ସିଡ଼ାଣ୍ଟ ମିଳିଥାଏ । ଯାହା ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଡ୍ରାଗନଫ୍ରୁଟସ୍ ରେ ଭରପୁର ମାତ୍ରାରେ ମଗ୍ନେଶୀୟମ ମଧ୍ୟ ରହିଥାଏ , ଯାହା ଷ୍ଟ୍ରୋକ ସମସ୍ୟା ଦୂର କରିଥାଏ ।
– କୋଲେଷ୍ଟ୍ରଲ କମ୍ କରିଥାଏ :
ବ୍ୟାଡ୍ କୋଲେଷ୍ଟ୍ରାଲ ହାର୍ଟ ସମ୍ବନ୍ଧୀୟ ସମସ୍ୟା ର ମୁଖ୍ୟ କାରଣ ଅଟେ । ଯଦି ହାର୍ଟ ସୁସ୍ଥ ରଖିବା ତେବେ କୋଲେଷ୍ଟ୍ରଲ ସମସ୍ୟା ଠିକ୍ କରିବା । ଡ୍ରାଗନଫ୍ରୁଟସ୍ ରେ ଥିବା ଓମେଗା 3 ଫ୍ୟାଟି ଏସିଡ , ଓମେଗ 6 ଫ୍ୟାଟି ଏସିଡ , ଫାଇବର ଓ ଆଣ୍ଟି ଅକ୍ସିଡାଣ୍ଟ ଶରୀର ରୁ ବ୍ୟାଡ୍ କୋଲେଷ୍ଟ୍ରାଲ କୁ ନିୟନ୍ତ୍ରିତ କରି ଗୁଡ କୋଲେଷ୍ଟ୍ରାଲ ବୃଦ୍ଧି କରିଥାଏ । ତେଣୁ ଡ୍ରାଗନଫ୍ରୁଟସ୍ ସେବନ ଦ୍ଵାରା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
– ପାଚନ ସମସ୍ୟା ଠିକ୍ କରିଥାଏ :
ଡ୍ରାଗନଫ୍ରୁଟସ୍ ଫାଇବର ରେ ଭରପୁର ଅଟେ । ତେଣୁ ପାଚନ ତନ୍ତ୍ର ପାଇଁ ଖୁବ୍ ହିତକର ।
ଡ୍ରାଗନଫ୍ରୁଟସ୍ ରେ ପାଣି ପ୍ରଚୁର ପରିମାଣ ରେ ରହିଥାଏ । ଯାହା ଶରୀର କୁ ହାଇଡ୍ରେଟ ରଖିବାର ମୁଖ୍ୟ କାରଣ ଅଟେ । ଡ୍ରାଗନଫ୍ରୁଟସ୍ ସେବନ ଦ୍ଵାରା ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
– ଏନିମିଆ ପାଇଁ ଲାଭ ଦାୟକ:
ଡ୍ରାଗନଫ୍ରୁଟସ୍ ରେ ଉଚ୍ଚ ମାତ୍ରାରେ ଆଇରନ ରହିଥାଏ । ଯାହାକି ମହିଳା ମାନଙ୍କ ନିକଟରେ ଦେଖା ଯାଉଥିବା ଏନୀମିଆ ସମସ୍ୟା ଠିକ୍ କରିଥାଏ । ଯେଉଁ ମାନଙ୍କ ର ରକ୍ତ ହୀନତା ସମସ୍ୟା ଦେଖା ଯାଉଚି ସେମାନେ ଡ୍ରାଗନଫ୍ରୁଟସ୍ ସେବନ କରନ୍ତୁ ।
– ହାଡ ମଜବୁତ୍ ହୋଇଥାଏ :
ଡ୍ରାଗନଫ୍ରୁଟସ୍ ହାଡ ଓ ଦାନ୍ତ କୁ ମଜବୁତ୍ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ କ୍ୟାଲସିୟମ ଓ ଫସଫରସ ଭରପୁର ମାତ୍ରାରେ ରହିଥାଏ । ଯାହା ହାଡକୁ କୁ ମଜବୁତ୍ କରିଥାଏ ।
Govt
Leave A Reply