Odisha news

ଡଟ୍ ଫେଷ୍ଟ୍‌ର ୩ୟ ଦିନରେ ନନ୍‌ଷ୍ଟପ୍ ମନୋରଞ୍ଜନ ସହରର ଉତ୍ସାହ ବୃଦ୍ଧି କରିଛି

ଡଟ୍ ଫେଷ୍ଟ୍‌ର ୩ୟ ଦିନରେ ଦିବ୍ୟ କୁମାର, ନୀତି ମୋହନ ଓ ପ୍ରଜ୍ଞା ହୋତାଙ୍କ ଲାଇଭ୍ ପ୍ରଦର୍ଶନ ଦେଖିବାକୁ ମିଳିଛି ।

0

ଭୁବନେଶ୍ୱର, ୧୭ ଜାନୁଆରୀ ୨୦୨୩: ଡଟ୍ ଫେଷ୍ଟ୍ ନିଃସନ୍ଦେହରେ ଭୁବନେଶ୍ୱରବାସୀଙ୍କୁ ଏକ ଉତ୍ସାହଜନକ ଯାତ୍ରାରେ ଆଣିଛି । କାର୍ଯ୍ୟକ୍ରମର ପ୍ରଥମ ଦୁଇ ଦିନରେ ବହୁସଂଖ୍ୟକ ସ୍ଥାନୀୟ ବାସିନ୍ଦା ଓ ଅତିଥିମାନେ ଯୋଗ ଦେଇଥିବାବେଳେ ୩ୟ ଦିନରେ  ପ୍ରାୟ ୧୧୦୦୦ ସ୍ଥାନୀୟ ଲୋକେ ଓ ପରିଦର୍ଶକ ଯୋଗ ଦେଇଥିଲେ ।

ଡଟ୍ ଫେଷ୍ଟ୍‌ର ୩ୟ ଦିନରେ  ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣିଥରେ ଏକ ନୂଆ ଓ ଆକର୍ଷଣୀୟ ଅବତାରରେ  ଅତୁଳନୀୟ ପ୍ରଦର୍ଶନଗୁଡିକୁ ଦେଖିବାକୁ ମିଳିଥିଲା ଯେଉଁଠାରେ
ଭାରତୀୟ ପ୍ରଚ୍ଛଦପଟ ଗାୟକ ଦିବ୍ୟ କୁମାର, ନୀତି ମୋହନ ନିଜର ସଙ୍ଗୀତ ମାଧ୍ୟମରେ ଭିଡକୁ ଆକର୍ଷିତ କରିଥିଲେ । ସେହିପରି ଲୋକପ୍ରିୟ ଓଡିଆ ଗାୟକ ପ୍ରଜ୍ଞା ହୋତା ଏକ ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଡଟ୍ ଫେଷ୍ଟ୍‌ରେ ଆୟୋଜିତ ଷ୍ଟୋରୀଟେଲିଙ୍ଗ୍ ଫେଷ୍ଟିଭାଲ ଭୁଫେଷ୍ଟୋ ସବୁ ବୟସ ବର୍ଗର ଲୋକଙ୍କ ମଧ୍ୟରେ ଆନନ୍ଦ ବିସ୍ତାର କରିଥିଲା କାରଣ ପ୍ରତିଷ୍ଠିତ ଚଳଚିତ୍ର ନିର୍ମାତା ଓ ସମାଜସେବୀ ନନ୍ଦିତା ଦାସ ଏକ ରୋମାଂଚକର କାହାଣୀ ସହ ମଂଚରେ ଉପସ୍ଥିତ ହୋଇଥିଲେ ।

ସ୍ଥାନୀୟ ଲୋକ ଓ ପରିଦର୍ଶକମାନେ ୨୪ଟି ଭାରତୀୟ ରାଜ୍ୟର ଆଂଚଳିକ ଖାଦ୍ୟ ସମେତ ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ସ୍ୱାଦିଷ୍ଟ ଖାଦ୍ୟର ମଜା ଉଠାଇଥିଲେ । ସେମାନେ ଓଡିଶାର ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟଗୁଡିକର ମଧ୍ୟ ସ୍ୱାଦ ଚାଖିଥିଲେ । ଡଟ୍ ଫେଷ୍ଟ୍‌ର ଅନ୍ୟ ଏକ ଆକର୍ଷଣ ନାଇଟ୍ ବଜାର/ଫ୍ଲି ମାର୍କେଟ୍ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍‌, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକମାନଙ୍କୁ ନିଜ ସାମଗ୍ରୀଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ବଡ ମଂଚ ପ୍ରଦାନ କରିବା ସହ ଭୁବନେଶ୍ୱରର ଶୀତୁଆ ରାତିକୁ ଆହୁରି ଜୀବନ୍ତ କରିଥିଲା । ଫ୍ଲି ମାର୍କେଟ୍‌ରେ ୧୨୦ରୁ ଅଧିକ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀଗୁଡିକୁ ପ୍ରଦର୍ଶିତ କରାଯାଇଥିଲା । ଫ୍ଲି ମାର୍କେଟ୍‌କୁ ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶିତ କରିବା ଲକ୍ଷ୍ୟ ସହ ଆୟୋଜନ କରାଯାଇଥିଲା, ଯାହାକି ପରିଦର୍ଶକଙ୍କ ପାଇଁ ଏକ ସପିଙ୍ଗ୍ ଅନୁଭୂତି ଏବଂ ଏକ ଭିଡ ଆକର୍ଷଣକାରୀ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି । ଭୁବନେଶ୍ୱରର ଗୌରବମୟ ସହରୀ ଅତୀତ ଓ ଏହାର ରୂପାନ୍ତରଣକୁ ପାଳନ କରୁଥିବା ଏକ ଫଟୋ ପ୍ରଦର୍ଶନୀ ସେବେ-ଆଉ-ଏବେ (ଦେନ୍ ଆଣ୍ଡ୍ ନାଓ) ଡଟ୍ ଫେଷ୍ଟ୍‌ର ମୁଖ୍ୟ ଆକର୍ଷଣ ଭାବେ ବଜାୟ ରହିଛି । ଭୁବନେଶ୍ୱର ସହରର ସଂସ୍କୃତି ଓ ଐତିହ୍ୟର ଏକ ସାମଗ୍ରିକ ଅନୁଭୂତି ଦେବା ପାଇଁ ସିଟି ଟ୍ରେଲ୍‌ଗୁଡିକୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଫେବୃଆରୀ ୧୨ ତାରିଖ ,୨୦୨୩ ପର୍ଯ୍ୟନ୍ତ ଖୋଲା ଯାଇଛି ।

‘ଚକ୍ ଦେ ଓଡିଶା’ ବିଷୟବସ୍ତୁ ଥିବା ଡଟ୍ ଫେଷ୍ଟ୍‌ର ୪ର୍ଥ ଦିନରେ ସ୍ଥାନୀୟ ଲୋକମାନେ ନିଜ ପସନ୍ଦର ଓଡିଆ କଳାକାରମାନଙ୍କ ପ୍ରଦର୍ଶନକୁ ଉପଭୋଗ କରିପାରିବେ । ଗାୟିକା ଲିସା ମିଶ୍ର, ସ୍ନିତି ମିଶ୍ର, ରୁତୁରାଜ ମହାନ୍ତୀ ଓ ଓଡିଆ ରାପର୍ ସମିର୍ ରିଶୁ ମହାନ୍ତି (ବିଗ୍‌ଡିଲ୍‌) ନିଜର ପ୍ରଦର୍ଶନ ସହିତ ଆସନ୍ତା ଜାନୁଆରୀ ୧୮ ତାରିଖରେ ଦର୍ଶକଙ୍କୁ
ମନ୍ତ୍ରମୁଗ୍ଧ କରିବେ ।

Nalco
Leave A Reply