ନବରଙ୍ଗପୁର (କେ.ସାକିଲି ଦୋରା)—ନବରଙ୍ଗପୁର ଜିଲ୍ଲାରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ।ଡ଼ି ଆର ଡ଼ି ଏ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଅମଲା ମାନଙ୍କୁ ପ୍ରକଳ୍ପ ନିର୍ଦେଶକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଜିଲ୍ଲା ଅମଲା ସଙ୍ଘ। ଏନେଇ ଓଡିଶା ରାଜସ୍ୱ ଅମଲା, ଜିଲ୍ଲା ଶାଖା ନବରଙ୍ଗପୁର ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି, ଶ୍ରୀ ନାୟକଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ଓଡିଶା ରାଜସ୍ୱ ଅମଲା ସଙ୍ଘ, ଜିଲ୍ଲା ଶାଖା, ନବରଙ୍ଗପୁର ପରବର୍ତ୍ତୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି। ଦାବି ପ୍ରଦାନ ସମୟରେ ଜିଲ୍ଲା ଶାଖା ମୁଖ୍ୟ ଉପଦେଷ୍ଟା କେ. ଅଶୋକ ଚକ୍ରବର୍ତ୍ତୀ, ଜିଲ୍ଲା ସଭାପତି, ଆଶୁତୋଷ ମହାନ୍ତି, ଉପ ସଭାପତି, ଧନୁର୍ଜୟ ମାଝୀ, ସମ୍ପାଦକ, ତ୍ରିଲୋଚନ ନାୟକ, କବିତା ବ୍ରହ୍ମା, ଭି କ୍ରିଷ୍ଣାବେଣୀ, ପ୍ରଭାବତୀ ପାତ୍ର, ବିଜୟ ସାହୁ, ସତ୍ୟ ନାରାୟଣ ସାହୁ, ମାୟାଧର ନାୟକ, ଚିତ୍ତରଞ୍ଜନ ପାତ୍ର, ବାଳକୃଷ୍ଣ ପାଣିଗ୍ରାହୀ, ସୁନୀଲ ଦାସ ସରୋଜିନୀ ଦାଶ, ସଂଗ୍ରାମ ପ୍ରଧାନ, ଅମରେନ୍ଦ୍ର ସମରଥ, ୟାସର ଅଲ୍ଲୀ, ପ୍ରଣତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଅନ୍ୟପଟେ ଓଡିଶା ରାଜସ୍ୱ ଅମଲା ସଙ୍ଘ ର ସଭାପତି ତ୍ରିପାତି ବାଲାଜି ସାହୁ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଜଣେ ଅଭ୍ୟାସଗତ ଦୁର୍ବ୍ୟବହାର କାରୀ ଲୋକ ଅଟନ୍ତି।ସେ ଯେକୌଣସି କାର୍ଯ୍ୟାଳୟ ରେ ଥିଲେ ନିଜ ଅଧିନସ୍ତ କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର କରିବାକୁ ପଛାନ୍ତି ନାହିଁ।ରମାକାନ୍ତ ନାୟକ କୋରାପୁଟ ଜିଲ୍ଲାର କୋରାପୁଟ ରେ ଉପ ଜିଲ୍ଲାପାଳ ଭାବେ କିଛି ଦିନ କାର୍ଯ୍ୟ କରିଥିଲେ। ସେହି ସମୟରେ ମଧ୍ୟ ରାଜସ୍ୱ ଅମଲା ମାନଙ୍କୁ ଦୁର୍ବ୍ୟବହାର କରୁଥିଲେ ବୋଲି ସଂଘ ର ବରିଷ୍ଠ କର୍ମକର୍ତ୍ତା ପ୍ରସନ୍ନ ନାୟକ କହିଛନ୍ତି। ଏଣୁ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଙ୍ଘ ଦାବୀ କରୁଅଛି।
Comments are closed.