ନୂଆପଡା- ୯/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ସିନାପାଲି ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତ ମହେଶ୍ବର ଗ୍ରାମର କୁଶ ହଂସ ,ତାଙ୍କୁ ୮୦ ବର୍ଷ ଅତିକ୍ରମ ହୋଇଥିବା ବେଳେ ନିଜ ଅଣ୍ଟା ତଳକୁ କାମ କରୁନାହିଁ। ଦୁଇ କାଠ କୁ ଦୁଇ ହାତ ରେ ଧରି ନଇଁ ନଇଁ ନିଜ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରି ଜୀବନ ବିତାଉଛନ୍ତି । ସୌଚ ହେବାକୁ ୨ କିଲୋମିଟର ନଇଁ ନଇଁ ଯିବାକୁ ପଡିଥାଏ। ସତ ରେ କେଡେ କଷ୍ଟ ସେହି ବେଦନା ଜଣେ ନ ଦେଖିଲେ ବିଶ୍ୱାସ ହେବ ନାହିଁ, ଭାଗ୍ୟର ଏହି ବିଡ଼ମ୍ବନା, ହାତ ଗୋଡ଼ ଥାଇ ଅକର୍ମଣ୍ୟ ହେଲେ ଜୀବନ ଅଭିଶପ୍ତ ରେ ପରିଣତ ହୋଇ ଯାଇଛି ବୋଲି କୁଶ ହଂସ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି।
ଅଣ୍ଟା ରୁ ତଳକୁ କାମ ଦେଉନାହିଁ। ତେଣୁ ନଇଁ ନଇଁ ଯିବା ଆସିବା କରିଥୁବା ସମସ୍ତେ ଦେଖନ୍ତି ହେଲେ , ସାହାଯ୍ୟ କେହି କରୁ ନାହାନ୍ତି ଏଣୁ ପ୍ରଶାସନ ଟ୍ରାଇ ସାଇକେଲ ବ୍ୟବସ୍ଥା କଲେ ଉପକୃତ ହୁଅନ୍ତି ବୋଲି ସେ ଆଶା ବାନ୍ଧିଛନ୍ତି । ସରକାରଙ୍କ ଭତ୍ତା ଯୋଜନାରେ ସାମିଲ ହୋଇ ମାସକୁ ପାଞ୍ଚ ଶହ ଟଙ୍କା ପାଉଛନ୍ତି। ଆଧାର କର୍ଡ଼ରେ ବୟସ ୭୦ ଉଲ୍ଲେଖ ରହିଅଛି କିନ୍ତୁ ସେ ପ୍ରକୃତରେ ୮୦ ବର୍ଷରୁ ଉର୍ଦ୍ଧ ହେଲାଣି ବୋଲି କହନ୍ତି । ତାଙ୍କୁ ସାତ ଶହ ଟଙ୍କା ଭତ୍ତା ପ୍ରଦାନ କରାଯାଉ ବୋଲି ଦାବି କରନ୍ତି। ସେହିପରି ରହିବାକୁ ଏ ବର୍ଷା କାଳ ରେ ପକ୍କା ଛାତ ଟିଏ ନାହିଁ। ଗୃହ ଆବାସ ଯୋଜନାରେ ସାମିଲ କରିବା ସହ କୁଶ ହଂସ ଙ୍କ ସ୍ତ୍ରୀ ବାଗନେ ହଂସ ମଧ୍ୟ ବାର୍ଦ୍ଧକ୍ୟ, ପୁଅ ରୂପସିଂ ହଂସ ଅନ୍ଧ ବର୍ତ୍ତମାନ ପରିବାର ପ୍ରତିପୋଷଣ କଷ୍ଟ ସାଧ୍ୟ ଅଟେ। ଜିଲ୍ଲା ପ୍ରଶାସନ ଏମାନଙ୍କ ଦୁଃଖ ମୋଚନ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।
Comments are closed.