ଦୋବଲ, ତା୨୩/୦୬ : ଭଦ୍ରକ ଜିଲ୍ଲାର ଧାମନଗର ବ୍ଳକ ଅନ୍ତଗର୍ତ ଅଜ୍ଜୁର୍ନପୁର ପଂଚୟତର ବାଲିପାଟଣା ନିକଟସ୍ଥ ପୂଣ୍ୟତୟା ବୈତରଣୀ ନଦୀକୂଳରେ ଅବସ୍ଥାପିତ ଶ୍ରୀଶ୍ରୀ ବାସୁଦେବଠାକୁର ପ୍ରାୟ ୫ଶହ ବର୍ଷ ପୂର୍ବେ ଆଳିର ରାଜା ବାସୁଦେବ ନୌକାରେ ବୈତରଣୀ ନଦୀରେ ନେଇ ଯାଉଥିବାବେଳେ ବାଲିପାଟଣା ନିକଟେର ନୌକା ଆଗକୁ ଯାଇନଥିଲା । ସେଠାରେ ଥିବା ସାଧୁସନ୍ୟାସୀଙ୍କ ଦ୍ୱାରା ବାସେୁଦବଙ୍କ ମୁର୍ତ୍ତିଙ୍କୁ ସେହି ନଦୀକୂଳରେ ସ୍ଥାପନା କରାଯାଇଥିଲା । ସେତେବେଳେ ସମୟର ସେଠାରେ ଏକ ଅଲୌକିକ ଶକ୍ତି ଅଛି ବୋଲି ରାଜାଙ୍କ ସମେତ ସ୍ଥାନୀୟ ଅଂଚଳ ଅଧିବାସୀ ଅନୁଭବ କରିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଭଗବାନ ବାସୁଦେବଙ୍କୁ ଏକ ଚାଳିଆ ଘର କରି ପୂଜାଚ୍ଚର୍ନା କରାଗଲା । ୨୦୦୪ ମସିହରେ ରାଜ୍ୟ ସଂସ୍କୃତି ବିଭାଗ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ମିଳିତ ସହଯୋଗରେ ପ୍ରାଚୀନ ବାସୁଦେବଙ୍କ ବିଗ୍ରହ ସମ୍ପକର୍ରେ ଅନୁଧ୍ୟାନ କରି ସେଠାରେ ପୀଠର ପୁନରୁଦ୍ଧାର କରାଯାଇଥିଲା ।
ପରବର୍ତ୍ତି ସମୟରେ ଗ୍ରାମର କିଛି ବଦାନ୍ୟ ତଥା ଧମର୍ପରାୟଣ ବ୍ୟକ୍ତିମାନେ ସେଠାରେ ବିରାଟ ମନ୍ଦିର ନିର୍ମାଣ କରିଥିଲେ । କାଳକ୍ରମେ ବାସୁଦେବଙ୍କ ଅଲୌକିକଶକ୍ତି ପ୍ରସାର ହେବାପରେ ବହୁ ଆଧ୍ୟାତ୍ମିକ ବ୍ୟକ୍ତି ଓ ଭକ୍ତ ସେଠାରେ ପହଂଚି ଭଗବାନ ବାସୁଦେବଙ୍କ ପୂଜାଚ୍ଚର୍ନା କରିଥିଲେ । ହେଲେ ସେହି ବାସୁଦେବଙ୍କ ପୀଠ ସନ୍ନିକଟ ବୈତରଣୀ ନଦୀ ଗର୍ଭରୁ ଗୁରୁବାର ପୁରାତନ ମନ୍ଦିରର ଭଗ୍ନାବଶେଷ ଭଳି ଦିଶୁଥିବା ପ୍ରାଚୀନ ପ୍ରସ୍ତର ଦେଖିବାକୁ ମିଳିଥିଲା । ଏଠାରେ ଅବଲୁପ୍ତ ମନ୍ଦିର ଥିବାର ଅନୁମାନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଡ଼ୋଜର ମାଧ୍ୟମରେ ଖୋଳିବାପରେ ବହୁ ପ୍ରାଚୀନ ପଥର ଖଣ୍ଡ ମିଳିଥିଲା ।
ପ୍ରକାଶଥାଉକି ସେଠାରେ ବାଲିଘାଟ ଥିବାବେଳେ ଟ୍ରାକ୍ଟର ଓ ଟ୍ରାକ୍ଟର ଡ଼୍ରୋଜର ମାଧ୍ୟମରେ ବାଲି ଉଠାଯାଉଥିବାବେଳେ ଡ଼ୋଜରରେ ଏକ ପଥର ବାଜିବା ଫଳରେ ତାହାକୁ ଉଠାଯାଇ ଦେଖିଲାବେଳେ ପ୍ରାଚୀନ ପଥର ବାହାରିଲା । ପରେ ଗ୍ରାମବାସୀ ମାନେ ସେଠାରେ ପହଂଚି ବାଲିକୁ ଖୋଳିବା ଫଳରେ ମନ୍ଦିରର ଗମ୍ବୁଜ, ଚୁଳ, ଦଧିନଉତିରେ ବ୍ୟବହୃତ ଅନେକ ପଥରଖଣ୍ଡ ବାହାରିଥିଲା ଏବଂ ସେଠାରେ ପାଣି ଥିବାରୁ ଆଉ ଖୋଳାଯାଇ ପାରିନଥିଲା । ଯାହା ଶୁଣିବାକୁ ମିଳେ ରାଜାଙ୍କ ଦ୍ୱାରା ଅଣାଯାଇଥିବା ବାସୁଦେବଙ୍କ ବିଗ୍ରହ ରହିବା ପରେ ସେଠାରେ ମନ୍ଦିର ନିର୍ମାଣ ପାଇଁ ପଥର ଆସିଥିବା ଅନୁମାନ କରାଯାଉଛି । ଏ ସମ୍ପର୍କରେ ରାଜ୍ୟସରକାର ପ୍ରତ୍ନତତ୍ତ୍ୱ ବିଭାଗ ସେଠାରେ ପହଂଚି ଅଧିକ ଗବେଷଣା କେଲ ଏହି ପ୍ରାଚୀନମନ୍ଦିର କିର୍ତ୍ତିରାଜିର ଉଦ୍ଧାର ସହ ଅବଲୁପ୍ତ ମନ୍ଦିର ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ବାସୁଦେବ ମନ୍ଦିର କମିଟି ସମେତ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି କରାଯାଇଛି ।