Odisha news

କିଶୋର ନ୍ୟାୟ ଓ ପୋକସୋ ଦୁଇଦିନିଆ କର୍ମଶାଳା ଉଦ୍ୟାପିତ

0

ଭଦ୍ରକ, ତା୨୩ା୬ : ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଦୁଇଦିନ ବ୍ୟାପି ଶିଶୁ (କିଶୋର ନ୍ୟାୟ, ପୋକସୋ) ଆଇନ ଓ ଅନ୍ୟାନ୍ୟ ଆଇନ ସଂପର୍କିତ କର୍ମଶାଳା ଉଦ୍ୟାପିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଯତୀନ କୁମାର ପଣ୍ଡା, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ଡି.ଏସ୍.ପି.ଏଚ୍.ଆର.ପି.ସି. ଶ୍ରୀନିବାସ ମହାନ୍ତି ପ୍ରମୂଖ ଯୋଗଦାନ କରି ଦ୍ୱିତୀୟ ଓ ଉଦ୍ୟାପନୀ ଦିବସର ଅଂଶଗ୍ରହଣକାରୀ ମାନଙ୍କୁ କର୍ମଶାଳାର ସାରତତ୍ତ୍ୱ ଅଭିଭାଷଣ ପ୍ରଦାନ କରିଥିଲେ । ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉଦ୍ୟାପନ ସଭାରେ ଅଂଶଗ୍ରହଣ କରିଥିଲେ । ବିଷୟ ବିଷାରଦ ରୂପେ ଆଇନଜୀବି ଚିତ୍ତରଂଜନ ମହାନ୍ତି ତଥା ଶିଶୁ ମଙ୍ଗଳ କମିଟି ସଦସ୍ୟ କଟକ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ବିଷଦ ରୂପେ ପୋକସୋ ଆଇନ, ଅଂଶଗ୍ରହଣକାରୀ ମାନଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଖୋଲା ମଞ୍ଚ ଆଲୋଚନାରେ ପ୍ରଶିକ୍ଷାର୍ଥୀ ମାନଙ୍କର ପ୍ରଶ୍ନର ଉତ୍ତର ରଖିଥିବା ବେଳେ ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଆଇନର ଦିଗ ଓ ଅଂଶୀଦାର ମାନଙ୍କ ଭୂମିକା ସମ୍ବନ୍ଧରେ ଅଂଶଗ୍ରହଣ କାରୀଙ୍କର ସନେ୍ଦହ ମୋଚନ କରିଥିଲେ ।

ଆଲୋଚନାରେ ଶିଶୁ ମାନଙ୍କ ପାଇଁ ସମସ୍ତେ ଶିଶୁ ମୈତ୍ରୀ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ସେମାନଙ୍କ ସହ ମୈତ୍ରୀଭାବ ପୋଷଣ କରିବା ଉଚିତ୍ ବୋଲି ପ୍ରତିଶୃତି ଦେଇଥିଲେ । ସମାପିତ କର୍ମଶାଳାରେ ସମସ୍ତ ଥାନାର ପୋଲିସ ମଂଗଳ ଅଧିକାରୀ, ଗାଇଡ଼ଲାଇନ୍ ଶିଶୁ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ଅନୁଷ୍ଠାନର ପରାମର୍ଶଦାତା, ଶିଶୁ ବିକାଶ ବିଭାଗ ପ୍ରମୂଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଗାଚରଣ ମହାନ୍ତି, ମନ୍ଦାକିନୀ ମହାନ୍ତି ସମତେ ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ଅନୁଷ୍ଠାନ ପକ୍ଷରୁ ଚିନ୍ମୟ ପଣ୍ଡା, ଦେବସ୍ମିତା ମହାନ୍ତି, ସଂବିତ ମହାନ୍ତି, ସ୍ୱାଗତିକା ବାରିକ୍, ଜ୍ୟୋତିପ୍ରକାଶ ପତି ପ୍ରମୂଖ ସହଯୋଗ କରିଥିଲେ । ପରିଶେଷରେ ଶିଶୁ ସୁରକ୍ଷା ବିଭାଗର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.