Odisha news

ସଡ଼କ ଦୁ୍ଘଟଣାରେ ଯୁବକରମୃତ୍ୟୁ

0
ଦୋବଲ, ତା ୭/୪  : ଦୋବଲ ପଞ୍ଚାୟତ ସୋଧ ଗ୍ରାମର ପ୍ରଫୁଲ୍ଲ ପତିଙ୍କ ପୁଅ ପ୍ରିୟ ରଂଜନ ପତି ( ୩୫) ଚାରି ଦିନ ତଳେ ଏକ ସଡକ ଦୁଘଟଣାରେ ଗୁରୁତର ହୋଇ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ଯେ ପ୍ରିୟରଞ୍ଜନ ଦୁଇ ମାସ ତଳେ ଘରୁ ପଳାଇଥିବାବେଳେ ଚଳିତ ମାସ ୩ ତାରିଖ ଦିନ କେଉଝର ଜିଲ୍ଲାର ଘଷିପୁରା ଥାନା ବିରଗୋବିନ୍ଦପୁରରେ ଏକ ବାଇକରେ ଆସୁଥିବାବେଳେ ଭାରଶମ୍ୟ ହରାଇ ଏକ ଟ୍ରକକୁ ଧକା ଦେଇଥିଲା। ସ୍ଥାନୀୟ ସରପଂଚ ଘଷିପୁରା ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ଆନନ୍ଦପୁର ପରେ କଟକ ଡାକ୍ତର ଖାନାକୁ ପଠାଇଥିଲେ । ତେବେ ଚିକିତ୍ସାଧିନ ଥିବାବେଳେ ଗତକାଲି ବିଳମ୍ବିତ ରାତ୍ରୀରେ ତାର ମୃତୁ ଘଟିଛି। ତେବେ ପ୍ରିୟ ରଂଜନ ସମସ୍ତଙ୍କର ପ୍ରିୟ ଥିବାରୁ ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Nalco
Leave A Reply