ନିରାକାରପୁର,୭/୪: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ମଳିପଡା ଠାରେ ପ୍ରତିଷ୍ଠିତ ଅନନ୍ତେଶ୍ୱରଦେବ ମହାଦେବଙ୍କ ମନ୍ଦିର ସର୍ବପୁରାତନ ରାଜପ୍ରତିଷ୍ଠିତ ମନ୍ଦିର।ଏହି ମନ୍ଦିର କୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିଷ୍ଠା କରିଥିଲେ। ସ୍ଥାନୀୟ ମଳିପଡା ଲୋକେ ଓ ତିର୍ଥଯାତ୍ରୀ ମାନେ ଅନେକ ସମୟରେ ଏଠାରେ ଆଶ୍ରୟ ନେଇ ଠାକୁରଙ୍କୁ ଦର୍ଶନ କରି ଭିଡ ଜମାଇଥାନ୍ତି।୧୬ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥା ଏଆଇପିଏଲର ମନମୁଖି କାର୍ଯ୍ୟ ଯୋଗୁଁ ମନ୍ଦିର ର ମୂଖ୍ୟ ରାସ୍ତା ବନ୍ଦ ହୋଇଯାଇଛି। ଯାହାକୁ ନେଇ ଗ୍ରାମବାସୀ ତିର୍ଥଯାତ୍ରୀ ଓ ଭକ୍ତଶ୍ରଦ୍ଧାଳୁ ମାନଙ୍କ ମନରେ ଘୋର ଆଘାତ ଲାଗିଛି। ଜାତୀୟ ରାଜପଥ ଆପ୍ରୋଚ ରୋଡ କରାଯାଇ ସେଠାରେ ଡ୍ରନେଜ କରି ମନ୍ଦିର କୁ ରାସ୍ତା କରିବାପାଇଁ ପ୍ରସ୍ତାବ ଥିବା ବେଳେ ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁଁ ମନ୍ଦିର କୁ ଯାତାୟାତ କରିପାରୁନାହାନ୍ତି ଏବଂ କେତେକ ଦୁର୍ଘଟଣା ର ମଧ୍ୟ ଶିକାର ହେଉଛନ୍ତି। ଯାହାକୁ ନେଇ ଆଜି ମଳିପଡା ଗ୍ରାମର ଶତାଧିକ ବ୍ୟକ୍ତି ମନ୍ଦିର ପ୍ରାଗଂଣରେ ଏକ ବୈଠକ କରି ଠିକା ସଂସ୍ଥାର ମନମାନି କାର୍ଯ୍ୟ କୁ ନିନ୍ଦା କରି ଥିବା ବେଳେ ଆଗାମୀ ଦିନରେ ଠିକା ସଂସ୍ଥା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୁଧରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ପୃଥିରାଜ ଶ୍ରୀଚନ୍ଦନ, ମନୋରଂଜନ କଳସ, ରତ୍ନାକର ମହାପାତ୍ର ସମେତ ଶତାଧିକ ଗ୍ରାମବାସୀ ଓ ଭକ୍ତଗଣ।
