Odisha news

ଚଳିତ ବର୍ଷ ଦୀପାବଳୀ ଅମାବାସ୍ୟାରେ ଲାଗିବ ସୂର୍ଯ୍ୟ ପରାଗ, ପରାଗ ସମୟରେ ଏହିସବୁ କାର୍ଯ୍ୟ କରିବା ଉଚିତ ନୁହେଁ

0

କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳୀ ଅମାବାସ୍ୟା ପାଳିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହି ଦୀପାବଳୀ ଅମାବାସ୍ୟା ଦିନ ଲାଗୁଛି ସୂର୍ଯ୍ୟ ପରାଗ । ଯାହାକି ଏକ ବିରଳ ସୂର୍ଯ୍ୟ ପରାଗ ଅଟେ l ସୂର୍ଯ୍ୟ ପରାଗ ସର୍ବଦା ଅମାବାସ୍ୟା ତିଥିରେ ଲାଗିଥାଏ, ଦୀପାବଳୀ ମଧ୍ୟ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ l

ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ କେଉଁ ସମୟରେ ଲାଗୁଛି -:
– ଅକ୍ଟୋବର ୨୪ ତାରିଖ ଷୋମବାର ଦିନ କାଳୀପୂଜା ଅଟେ l ଏହିଦିନ ସନ୍ଧ୍ୟା ୫ଟା ୨୮ ମିନିଟ ରୁ ଅମାବାସ୍ୟା ତିଥି ଆରମ୍ଭ ହେଉଛି l

– ୨୪ ତାରିଖ ରାତି ୦.୨ ଟା ୨୮ ମିନିଟ ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ , କାହିଁକି ନା ପରାଗ ର ୧୨ ଘଣ୍ଟା ପୂର୍ବରୁ ଛୁତକ ଆରମ୍ଭ ହୋଇଥାଏ l

– ପରାଗ ଲାଗିବ ୨୫ ତାରିଖ ଦିନ ୨ଟା ୨୮ ମିନିଟ ରେ, ମୋକ୍ଷ ପାଇବ ସନ୍ଧ୍ୟା ୬ଟା ୩୨ ମିନିଟ ରେ l

– ଏହାପରେ ଶୁଦ୍ଧ ସ୍ନାନ ଓ ଦେବନୀତି ଆରମ୍ଭ ହେବ l

ଭାରତରେ ଦେଖାଯିବ ସୂର୍ଯ୍ୟ ପରାଗ ର ମୋକ୍ଷ -:
ଅକ୍ଟୋବର ୨୫ ତାରିଖରେ ତୁଳା ରାଶିରେ ସୂର୍ଯ୍ୟ ଗ୍ରହଣ ଲାଗିବ l ଏହି ସୂର୍ଯ୍ୟ ପରାଗ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟ ହେବ, କିନ୍ତୁ ଏହାର ମୋକ୍ଷ ଭାରତରେ ଦେଖାଯିବ ନାହିଁ l କାହିଁକି ନା ଗ୍ରହଣ ମୋକ୍ଷ ପୂର୍ବରୁ ସୂର୍ଯ୍ୟ ଅସ୍ତ ହୋଇଯିବେ l ଏହି ଗ୍ରହଣ ୪ଘଣ୍ଟା ଧରି ଚାଲିବ ବୋଲି ଜ୍ୟୋତିର୍ବିଦ ମାନେ କହୁଛନ୍ତି ଯେ ଏହାର ପ୍ରଭାବ ପ୍ରାୟ ପ୍ରତ୍ୟେକ ରାଶିରେ ରହିବ l

ସୂର୍ଯ୍ୟ ପରାଗ ସମୟରେ ଏହିସବୁ କାର୍ଯ୍ୟ କରିବା ଉଚିତ ନୁହେଁ -:
– ପରାଗ ସମୟରେ ନଖ ଓ କେଶ କାଟିବା ଉଚିତ ନୁହେଁ l

– ପରାଗ ସମୟରେ ଆମିଷ ଭୋଜନ ଉଚିତ ନୁହେଁ, ଏହାଦ୍ୱାରା ସମୃଦ୍ଧି ରେ ବାଧା ଉପୁଜି ଥାଏ l

– ପରାଗ ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଆୟୁଷ ହାନି ହୋଇଥାଏ l

– ପରାଗ ସମୟରେ ତୁଳସୀ ଗଛ ଛୁଇଁବା ଉଚିତ ନୁହେଁ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l

– ପରାଗ ସମୟରେ ମନରେ ନକାରାତ୍ମକ ଭାବନା ଆଣିବା ଉଚିତ ନୁହେଁ, ଏହା ମାନସିକ ଚାପ ବୃଦ୍ଧି କରିଥାଏ l

Nalco
Leave A Reply