ଦୀପାବଳୀ ଆସିବା ପୂର୍ବରୁ ଘର ଗୁଡିକ ସଫା ସୁତୁରା କରିବା ପ୍ରାୟ ସମସ୍ତଙ୍କ ଅଭ୍ୟାସ l ଏହି ସମୟରେ ଆମେ ଭଙ୍ଗା ଓ ପୁରୁଣା ଜିନିଷ ଫିଙ୍ଗି ଦେଇଥାଉ l ଏହି ସମୟରେ ବିଭିନ ପ୍ରକାରର ନୂଆ ଜିନିଷ ମଧ୍ୟ କିଣିଥାଉ l କିନ୍ତୁ ଦୀପାବଳୀ ସମୟରେ ଏପରି କିଛି ଜିନିଷ ରହିଛି ଯାହାକୁ ଘରୁ ବାହାର କରି ଫିଙ୍ଗିବା ଠିକ ନୁହେଁ l ଯଦି ଆମେ ସେହି ଜିନିଷ ଗୁଡିକୁ ବାହାର କରି ଫିଙ୍ଗିବା ତେବେ ଖୁବ ଅନିଷ୍ଟ ହେବ l କିଛିଟା ଜିନିଷ ଏହି ସମୟରେ ପୁରୁଣା ରହିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ l
* ଶଙ୍ଖ ଓ କୌଡୀ – ଶଙ୍ଖ ଓ କଉଡ଼ିର ସମ୍ପର୍କ ମାତା ଲକ୍ଷ୍ମୀଙ୍କ ସହିତ ରହିଥାଏ l ତେଣୁ ପୁରୁଣା ଶଙ୍ଖ ଓ କଉଡ଼ି କେବେ ପୁରୁଣା ବାହାର କରି ଫିଙ୍ଗିବା ଉଚିତ ନୁହେଁ l ଏହାଦ୍ୱାରା ଜୀବନରେ ସମୃଦ୍ଧି ଆସିଥାଏ l
* ପୁରୁଣା ଚାଉଳ ଓ ନାଲି ସାଲୁ କପଡା – ରୋଷେଇ ଘର ସଫା କଲା ସମୟରେ ଯଦି ଆପଣଙ୍କୁ ଦୀର୍ଘ ଦିନରୁ ରଖିଥିବା ଚାଉଳ ମିଳୁଛି ତେବେ ତାହାକୁ ଫୋପାଡିବା ଉଚିତ ନୁହେଁ l ଏହାକୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଭାବି ରଖି ନିଅନ୍ତୁ l ଯଦି ଆଲମାରୀ ସଫା କରୁଛନ୍ତି ତେବେ କିଛି ପୁରୁଣା ନାଲି କପଡା ପାଇଗଲେ ତେବେ ତାହାକୁ ଠାକୁରଙ୍କ ଆଶୀର୍ବାଦ ଭାବି ରଖି ନିଅନ୍ତୁ l ନାଲି କପଡା ଜୀବନରେ ସମୃଦ୍ଧି ଆଣିଥାଏ l
* ପର୍ସ ରେ ଥିବା ପୁରୁଣା ପଇସା – ସାଧାରଣତଃ ଘରେ ପୁରୁଣା ପଇସା ରହିଥାଏ କିମ୍ବା ପୁରୁଣା ପର୍ସ ରେ ମଧ୍ୟ କିଛି ପଇସା ଦେଖିବାକୁ ମିଳିଥାଏ l ତାହାକୁ କେବେବି ଫିଙ୍ଗିଦେବା କଥା ନୁହେଁ l ଏହା ଶୁଭ ସଂକେତ ହୋଇଥାଏ l
* ଝାଡୁ – ଯେତେବେଳେ ଝାଡୁ ପୁରୁଣା ହୋଇଯାଏ ତାହା ଫୋପଡ଼ା ହୋଇଥାଏ l ଏମିତିରେ ମଧ୍ୟ ଘରେ ଦୀର୍ଘ ଦିନଧରି ଛିଣ୍ଡା ଝାଡୁ ରଖିବା ଉଚିତ ନୁହେଁ l ଏହାଦ୍ୱାରା ନକାରାତ୍ମକ ଶକ୍ତି ଆସିଥାଏ l କିନ୍ତୁ ଭୁଲ ରେ ସୁଦ୍ଧା ଗୁରୁବାର କିମ୍ବା ଦୀପାବଳି ସମୟରେ ଘରୁ ଝାଡୁ ବାହାରକରି ଫିଙ୍ଗିବା ଉଚିତ ନୁହେଁ l
Comments are closed.