Odisha news

ମଧୁମେହ ରୋଗୀମାନେ ହଳଦୀ ସହିତ ଏହି ୨ଟି ଜିନିଷକୁ ସେବନ କରନ୍ତୁ ,ବଢିଥିବା ବ୍ଲଡ଼ ସୁଗାର ନିୟନ୍ତ୍ରିତ ହେବ

ଖାଇବାର ସ୍ୱାଦ ବଢାଇବା ସହିତ ହଳଦୀ ଶରୀର ପକ୍ଷରେ ଖୁବ ହିତକର l ଏହା ଔଷଧୀୟ ଗୁଣରେ ଭରପୁର ଅଟେ l ଏଥିରେ ଫାଇବର, ଭିଟାମିନ, ଆଇରନ ଓ ଆଣ୍ଟିଅକ୍ସିଡାଣ୍ଟ ଭରି ହୋଇ ରହିଛି l ତା ସହିତ ହଳଦୀ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଓ ମେଟା ବଳିଯିମ କୁ ବୁଷ୍ଟ କରିଥାଏ l କଣ ଆପଣ ଜାଣିଛନ୍ତି ହଳଦୀ ଆପଣଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ କରିବାରେ ସହାୟତା କରିଥାଏ l ଏପରି କିଛି ବିଶେଷତ୍ୱ ରହିଛି ହଳଦୀରେ ଯାହା ରକ୍ତ ଶର୍କରା କୁ ସହଜରେ ନିୟନ୍ତ୍ରିତ କରିଥାଏ l

* ହଳଦୀ ସହିତ ଅଁଳା – ଅଁଳା ମଧ୍ୟ ପୋଷାକ ତତ୍ତ୍ୱରେ ଭରପୁର ଅଟେ l କିନ୍ତୁ ହଳଦୀ ଓ ଅଁଳାର ମିଶ୍ରଣ ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର l ଅଁଳା ରେ ଭିଟାମିନ ସି ଖୁବ ଅଧିକ ମାତ୍ରାରେ ଭରି ରହିଥାଏ l  ଏହା କୋଲେଷ୍ଟ୍ରଲ ଓ ମଧୁମେହ କୁ କମ କରିଥାଏ l ଯଦି ଏହାକୁ ଆପଣ ହଳଦୀ ସହିତ ମିଶାଇ ଖାଇବେ ତେବେ ମଧୁମେହ କମାଇବାରେ ସାହାଯ୍ୟ କରିଥାଏ l ଅଁଳା ରେ କ୍ରୋମିଆମି ରହିଥାଏ l ଯାହା କାର୍ବୋହାଇଡ୍ରେଟ କୁ ହଜମ କରିବାରେ ସାହାଯ୍ୟ କରିଥାଏ l ଯାହାଦ୍ୱାରା ବ୍ଲଡ଼ ସୁଗାର ନିୟନ୍ତ୍ରିତ ହୋଇଥାଏ l

* ଅଦା ସହିତ ହଳଦୀ – ସୁଗାର ପେସେଣ୍ଟ ମାନଙ୍କ ପାଇଁ ଅଦା ସେବନ କରିବା ଖୁବ ହିତକର l ଗୋଟିଏ ଅଧୟନରୁ ଜଣା ପଡିଛି ଯେ ଅଦା ରକ୍ତ ଶର୍କରା କୁ ନିୟନ୍ତ୍ରିତ କରିଥାଏ l ମଧୁମେହ ରୋଗୀମାନେ ନିୟମିତ ଦୁଗ୍ଧ ହଳଦୀ ସହିତ ଅଦା ମିଶେଇ ସେବନ କରିବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରିତ ହେବା ସହିତ ଗ୍ୟାସ ଏସିଡ଼ିଟି ସମସ୍ୟା ରୁ ଆରମ୍ ମିଳିଥାଏ l

* ଅଦା ଓ ଅଁଳା – ଅଦା ଓ ଅଁଳା ଏକା ସାଙ୍ଗରେ ମିଶାଇ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ l ଯେଉଁ କାରଣରୁ ବିଭିନ୍ନ ରୋଗ ସହିତ ଲଢ଼ିବାର କ୍ଷମତା ବୃଦ୍ଧି ହୋଇଥାଏ l

Govt

Comments are closed.