ନୂଆଦିଲ୍ଲୀ : ଚୋରି ଅଭିଯୋଗରେ ଗଜିୟାଵାଦ ଜେଲ୍ ରେ ବନ୍ଦ ଥିବା ବିହାରର ସୀତାମାଢି ଜିଲ୍ଲାର ମହମ୍ମଦ ଇରଫାନ ଓରଫ ଉଜାଲେ ଙ୍କ ପତ୍ନୀ ଗୁଲସନ ପରବୀନ ପଂଚାୟତ ମତଦାନ ରେ ବିଜୟ ହାସଲ କରିଛନ୍ତି l ଗୁଲସନ ପରବୀନ ପୂପାରି ର ଜିଲ୍ଲା ପରିଷଦ କ୍ଷେତ୍ର ସଂଖ୍ୟା ୩୪ ରେ ପାର୍ଥି ଥିଲେ l ଇରଫାନ ଙ୍କୁ ଗଜିୟାଵାଦ ପୋଲିସ କିଛିଦିନ ପୂର୍ବରୁ ଗିରଫ କରିଥିଲା l ପଂଚାୟତ ମତଦାନ ରେ ପାଖାପାଖି ଏକ କୋଟି ଟଙ୍କା ଖର୍ଚାକାରୀ ୭ଟି ଗ୍ରାମକୁ ଇରଫାନ ସଡକ ନିର୍ମାଣ କରିବାର ପଦକ୍ଷେପ ନେଲେ l
ଇରଫାନ ନିଜର ଦରିଦ୍ରତା ରୁ ରକ୍ଷା ପାଇବା ପାଇଁ ଗାଁ ଛାଡି ପରଦେଶ ଚାଲି ଗଲେ l ଫେରିବା ପରେ ତାଙ୍କର ଥାଟ ଦେଖି ଗ୍ରାମ ବାସୀ ଆଶ୍ଚର୍ଯ୍ୟ ହୋଇଗଲେ l ସେ ଅମାପ ସମ୍ପତ୍ତିର ମାଲିକ ହୋଇ ସାରିଥିଲେ l ସେ ନିଜର ଘର ଗାଡି ପଇସା କାରଣରୁ ସବୁଠି ଚର୍ଚାରେ ରହିଲେ l ସେ ପ୍ରଥମେ ଶ୍ରମିକ ଥିଲା l କିନ୍ତୁ ହଟାତ ଏତେ ସମ୍ପତ୍ତିର ମାଲିକ ହୋଇଯିବା କାରଣରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ l ସେ ନିଜର କାମ ବିଷୟରେ କାହାକୁ କିଛି କହୁନଥିଲା l
କିନ୍ତୁ ୨୦୨୧ ସେପ୍ଟେମ୍ବର ରେ ଅଚାନକ ପୋଲିସ ତା ଘରେ ପହଂଚି ଥିଲା l ତାକୁ ତ ପାଇଲା ନାହିଁ ତା ପତ୍ନୀ ସମେତ ୩ଜଣ ଙ୍କୁ ଗିରଫ କରି ନେଲା l ଧୀରେ ଧୀରେ ଅନ୍ୟ ରାଜ୍ୟର ପୋଲିସ ମଧ୍ୟ ତାକୁ ଗିରଫ କରିବାକୁ ପହଁଚିଲେ l ଏହାପରେ ଗ୍ରାମବାସୀ ମାନେ ତାର ଚୋରି କରିବା ବିଷୟରେ ଜାଣିଲେ ଓ ଆଶ୍ଚର୍ଯ୍ୟ ହୋଇଗଲେ l ତାର ଖୁବ ବଡ ବଡ ଲୋକଙ୍କ ସହିତ ଏହା ଭିତରେ ସମ୍ପର୍କ ସ୍ଥାପନ ହୋଇ ଯାଇଥିଲା l
ଯେତେବେଳେ ଇରଫାନ ଚୋରି କରି ଆଣିଥିବା ଅଳଙ୍କାର କୁ ବାହାରେ ବିକ୍ରି କରିଥିଲା ସେତେବେଳେ ଏହା ପୋଲିସ ଦୃଷ୍ଟିକୁ ଆସିଥିଲା l ଇରଫାନ ବଡ ସହରର ଧନୀ ବ୍ୟକ୍ତିଙ୍କ ଘରକୁ କାମ କରିବାକୁ ଯାଇ ଚୋରି କରୁଥିଲା ଏହାପରେ ସେଠାରୁ ଫେରାର ହୋଇ ଯାଉଥିଲା l ତା ସହତ ସେ ନିଜର ଚୋରି ପଇସାରେ ୭ଟି ଗ୍ରାମକୁ ସଡକ ତିଆରି କରି ତାଙ୍କ ପତ୍ନୀଙ୍କୁ ପଂଚାୟତ ନିର୍ବାଚନରେ ଜିତାଇବାରେ ସକ୍ଷମ ମଧ୍ୟ ହୋଇଥିଲେ l
Comments are closed.