Odisha news

ପାକିସ୍ତାନକୁ ସପୋର୍ଟ କରିବା ଶିକ୍ଷୟତ୍ରୀଙ୍କୁ ପଡିଲା ମହଙ୍ଗା, ଏହିଭଳି ଭାବରେ କରାଗଲା ଦଣ୍ଡ ବିଧାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ନିକଟରୁ ପରାଜୟ ଲାଭ କରିବା ପରେ ପାକିସ୍ତାନରେ ଗୋଟିଏ ଖୁସିର ଲହରୀ ଖେଳି ଯାଇଥିଲା l କିନ୍ତୁ ଭାରତରେ ମଧ୍ୟ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ପାକିସ୍ତାନ ର ବିଜୟକୁ ନେଇ ଖୁସି ମନାଇ ଥିଲେ l ସେହିଭଳି ଉଦୟପୁର ର ଗୋଟିଏ ସ୍କୁଲ ଶିକ୍ଷୟତ୍ରୀ କରିଛନ୍ତି l କିନ୍ତୁ ବର୍ତମାନ ଏହି ଟିଚର ଗୋଟିଏ ବଡ ଅସୁବିଧାରେ ଫସି ଯାଇଛନ୍ତି l

ଯେତେବେଳେ ଭାରତୀୟ ଦଳ ପାକିସ୍ତାନ ନିକଟରୁ ପରାଜୟ ହୋଇଥିଲା ସେତେବେଳେ ଉଦୟପୁର ର ନୀରଜା ମୋଦୀ ବିଦ୍ୟାଳୟର ଜଣେ ଟିଚର ବିରୋଧୀ ଟିମ୍ ର ଗୋଟିଏ ଭିଡିଓ ହ୍ୱାଟ୍ସଆପ ସ୍ଟାଟସ ରେ ସେୟାର କରିଥିଲେ l ଏହି ଭିଡିଓ ତଳେ ଶିକ୍ଷୟତ୍ରୀ କ୍ୟାପ୍ସନ ଦେଇ ଲେଖିଥିଲେ “ଜିତ ଗଏ ହମ ଜିତ ଗଏ ” l ଏହାର ଉତ୍ତରରେ ଜଣେ ଛାତ୍ରର ପିତା ଜବାବ ଦେଇ ଲେଖିଥିଲେ “ଆପଣ ପାକିସ୍ତାନ ର ସପୋର୍ଟ କରୁଥିଲେ ? ଉତ୍ତରରେ ଟିଚର ଜଣଙ୍କ ଲେଖିଥିଲେ ହଁ ,ଏହାପରେ ଉଦୟପୁର ସହରରେ ତାଣ୍ଡବ ଆରମ୍ଭ ହୋଇଗଲା l

ପାକିସ୍ତାନ କୁ ସପୋର୍ଟ କରୁଥିବା ଏହି ଟିଚର ଙ୍କୁ ସ୍କୁଲ ପ୍ରଶାସନ ପକ୍ଷରୁ ବଡ ଦଣ୍ଡ ଦିଆ ଯାଇଥିଲା l ଏହି ଟିଚର ଜଣଙ୍କୁ ସ୍କୁଲ ପ୍ରଶାସନ ପକ୍ଷରୁ ଚାକିରିରୁ ବାହାର କରି ଦିଆଗଲା lଏହାପରେ ଆଉ ଗୋଟିଏ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା l ଯେଉଁଥିରେ ଦେଖିବାକୁ ମିଳିଥିଲା ଏହି ଟିଚର ଜଣଙ୍କ କ୍ଷମା ମାଗୁଥିଲେ ଓ କହୁଥିଲେ ଯେ ମୁଁ ଭାରତୀୟ ଅଟେ ଓ ଭାରତକୁ ଖୁବ ଭଲ ପାଏ l ମୁଁ ଅନୁଭବ କଲି ଯେ ଏହା ଭୁଲ ହୋଇଗଲା ଏହାପରେ ମୁଁ ସ୍ଟାଟସ ଡିଲିଟ କରିଦେଲି l

Comments are closed.