ଧୁରନ୍ଧର ଚଳଚିତ୍ର ର ବକ୍ସ ଅଫିସ ରେ ଚକ୍ରବାତ ତୋଫାନ , ଏହି ଚକ୍ରବାତ ତୋଫାନ ର ଆଭାସ ମଧ୍ୟ ନଥିଲା , ଡିସେମ୍ବର ୫ ତାରିଖ ରେ ରିଲିଜ ହୋଇଥିବା ଏହି ଚଳଚିତ୍ର ଟି ଥିଏଟର ଦୁଇ ସପ୍ତାହ ପୂର୍ଣ କରି ସାରିଛି , ଏବଂ ଧୁରନ୍ଧର ନିଜର ଧୁଆଁ ଧାର ପ୍ରଦର୍ଶନ ୨ ସପ୍ତାହ ପରେ ମଧ୍ୟ ଜାରି ରଖିଛି l
ରଣବୀର ସିଂ ଅଭିନୀତ ଚଳଚିତ୍ର ଧୁରନ୍ଧର ଗୁରୁବାର ଦିନ ୨୪ କୋଟି କଲେକ୍ସନ କରିଛି l ଦ୍ଵିତୀୟ ସପ୍ତାହ ମଧ୍ୟରେ ସବୁଠୁ ହାଇଏସ୍ଟ କଲେକ୍ସନ ପୁଷ୍ପା 2 ର ଥିଲା , ଯାହାକି ୧୯୯ କୋଟି ଥିଲା l ଧୁରନ୍ଧର ଯଦି ଦେଖିବା ତେବେ ଗୁରୁବାର ଦିନକୁ ମିସାଇଲେ ନେଟ. କଲେକ୍ସନ ୨୫୦ କୋଟି ହୋଇଛି l
ପ୍ରଥମ ସପ୍ତାହ ରେ ଧୁରନ୍ଧର ୨୧୮ କୋଟି ଟଙ୍କାର କଲେକ୍ସନ କରିଥିଲା l ଦ୍ଵିତୀୟ ସପ୍ତାହ ରେ ୨୦ ପ୍ରତିଶତ ବଢି ଯାଇଥିଲା l ପୁଷ୍ପା ୨ ପ୍ରଥମ ସପ୍ତାହ ରେ ୪୩୩ କୋଟି କଲେକ୍ସନ କରିଥିଲା ଏବଂ ଦ୍ଵିତୀୟ ସପ୍ତାହ ରେ ୧୯୯ କୋଟି ଥିଲା l ଧୁରନ୍ଧର ୧୪ ଦିନ ମଧ୍ୟରେ ୪୭୭ କୋଟି ଟଙ୍କାର କଲେକ୍ସନ କରିସାରିଛି l