Odisha news

ଆଜି ହେଉଛି ଧନ୍ଵନ୍ତରୀଙ୍କ ଜୟନ୍ତୀ, ଧନତେରସ ରେ ଏହି ମନ୍ତ୍ରକୁ ପାଠ କରି ଲାଭ କରନ୍ତୁ ଧନ୍ଵନ୍ତରୀ ଆଶୀର୍ବାଦ

0

ହିନ୍ଦୁ ଧର୍ମରେ ବାରମାସ ରେ ତେର ପର୍ବ l ସେଥି ମଧ୍ୟରୁ ଗୋଟିଏ ହେଉଛି ଧନତେରସ, ଏହିଦିନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଅଟେ l ଆମେ ଧନତେରସ ରେ ଧନ ର ଦେବୀ ମାତା ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରିଥାଉ l କିନ୍ତୁ ଏହିଦିନ ଭଗବାନ ଧନ୍ଵନ୍ତରୀ ଙ୍କୁ ମଧ୍ୟ ବିଧି ବିଧାନ ଭାବରେ ପୂଜା କରାଯାଏ l ଭଗବାନ ଧନ୍ଵନ୍ତରୀ ଦେବତା ମାନଙ୍କର ବୈଦ୍ୟ ଅଟନ୍ତି l ମାନ୍ୟତା ଅନୁସାରେ ଧନ୍ଵନ୍ତରୀ କାଶୀରେ ଧନତେରସ ଦିନ ମହାମୃତ୍ୟୁଞ୍ଜୟ ମନ୍ଦିର ରେ ସ୍ଥାପିତ କୂଅ ମଧ୍ୟରେ ନିଜର ସମସ୍ତ ଔଷଧି କୁ ପକାଇ ଦେଇଥିଲେ l ଲୋକଙ୍କ ହିତ ପାଇଁ ଭଗବାନ ଧନ୍ଵନ୍ତରୀ ଙ୍କ ପ୍ରୟାସ ରହିଥିଲା ଏହି ମାନବ ସମାଜ ସୁସ୍ଥ ରୁହନ୍ତୁ l ଏହି ସ୍ଥାନରେ ଭଗବାନ ଧନ୍ଵନ୍ତରୀ ଦୀର୍ଘଦିନ ଧରି ତପସ୍ୟା ରତ ଥିଲେ l

* ପୃଥିବୀ କୁ ମା ଗଙ୍ଗାଙ୍କ ଆସିବା ପୂର୍ବରୁ ଏହି କୂଅ ରହିଥିଲା –
ମାନ୍ୟତା ଅନୁସାରେ ଏହି କୂଅଟି ପୃଥିବୀ ପୃଷ୍ଠରେ ମତ ଗଙ୍ଗା ଙ୍କ ଆସିବା ପୂର୍ବରୁ ରହିଛି l ଭଗବାନ ଧନ୍ଵନ୍ତରୀ ଙ୍କ ପ୍ରୟାସ ରହିଥିଲା ଯେ ପ୍ରତ୍ୟେକ ମଣିଷ ସୁସ୍ଥ ରୁହନ୍ତୁ l ଗୋଟିଏ କିମ୍ବଦନ୍ତୀ ଅନୁସାରେ ଧନ୍ଵନ୍ତରୀ କାଶୀ ରାଜ ଭାବରେ ପୂଜିତ ହୋଇ ଥାଆନ୍ତି l କାଶୀ ର ରାଜପରିବାର ରେ ତାଙ୍କୁ ପୁତ୍ର ଭାବରେ ପୂଜା କରାଯାଏ l

* କୂଅ ର ୮ଟି ଘାଟରେ ଆଠଟି ସ୍ୱାଦର ପାଣି –
ବିଶେଷଜ୍ଞ ଙ୍କ ମତରେ ଅବନ୍ତ ପୁତ୍ର ସ୍ଥିତ କାଶୀ ର ଏହି କୂଅ ଖୁବ ବିଶେଷତା ଅଟେ l ଏହାର ବଡ କାରଣ ଏହି କୂଅର ୮ଟି ଘାଟ ରହିଥାଏ ଓ ପ୍ରତ୍ୟେକ ଘାଟର ଜଳ ର ସ୍ୱାଦ ସମ୍ପୂର୍ଣ ଅଲଗା l ମାନ୍ୟତା ଅନୁସାରେ ଏହି କୂଅ ର ପାଣି ୪୧ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ସୂର୍ଯ୍ୟ ଉଦୟ ସମୟରେ ଏହି କୂଅର ଜଳ ସେବନ କରିବା ଦ୍ୱାରା ବିଭିନ୍ନ ରୋଗରୁ ଆରାମ ମିଳିଥାଏ l ଆଜିମଧ୍ୟ ଲୋକେ ଏହି କୂଅ ନିକଟରେ ପହଂଚି ଏହାର ପାଣିକୁ ପିଉଛନ୍ତି l

* ଧନତେରସ ରେ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର, ମିଳିବ ସମସ୍ତ କଷ୍ଟରୁ ମୁକ୍ତି  -:
ମଣିଷ ର ସ୍ୱାସ୍ଥ୍ୟ ହେଉଛି ସବୁଠୁ ବଡ ସମ୍ପଦ ତା ପାଇଁ, ତେଣୁ ଧନତେରସ ରେ ଧନ୍ଵନ୍ତରୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଦିବ୍ୟ ମନ୍ତ୍ର ପାଠ କରିବା ଉଚିତ l
‘ ଓଂ ନମୋ ଭଗବତେ ମହାସୁଦର୍ଶନାୟ ବାସୁଦେବାୟ ଧନ୍ଵନ୍ତରାୟେ , ଅମୃତକଳଶା ହସ୍ତାୟ ସର୍ବ ଭୟ ଵିନାଶାୟ ସର୍ବ ରୋଗନିବାରଣାୟ, ତ୍ରିଲୋକପଥାୟ ଶ୍ରୀ ମହାବିଷ୍ଣୁସ୍ୱରୂପାୟ , ଶ୍ରୀ ଧନ୍ଵନ୍ତରୀ ସ୍ୱରୂପlୟ ଶ୍ରୀ ଶ୍ରୀ ଶ୍ରୀ ଔଷଧିଚକ୍ର ନାରାୟଣlୟଃ ନମଃ ‘ l

Nalco
Leave A Reply