Odisha news

ହୃଦୟ ବିଦାରକ ଛାତିଥରା ଟ୍ରେନ୍ ଦୁର୍ଘଟଣା ରେ ବାହୁଡି ଗଲେ ଭୁବନ ନାଏକ

0
ଢ଼େଙ୍କିକୋଟ ତା ୪. ୬. ୨୩ : ଗତ ଶୁକ୍ରବାର ସନ୍ଧ୍ୟା ଥିଲା ଅଭିଶପ୍ତ,ଓ ଅଶୁଭ ସନ୍ଧ୍ୟା l ଅନେକ ଲୋକ ର ଜୀବନ ଦୀପ ଲିଭିଗଲା l କିଛି ଭାବିବା ପୁର୍ବରୁ, କିଛି କରିବା ପୁର୍ବରୁ ସବୁକିଛି ଆଖି ପିଛୁଳାକେ ଘଟିଗଲା l ଜୀବନ ଯାତ୍ରା ହୋଇଗଲା ଶେଷ ଯାତ୍ରା l ସୋରୋ ଓ ବାଲେଶ୍ବର ର ମଧ୍ୟଭାଗରେ ଥିବା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଗଲା ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣା l ଆଖିପିଛୁଳାକେ ଚାଲିଗଲା ୩୦୦ ରୁ ଅଧିକ ଜୀବନ l ସେମାନଙ୍କ ମଧ୍ୟରୁ ଘଟଗାଁ ଥାନା ସାନ୍ତରାପୁର ପଞ୍ଚାୟତ ରଘୁବେଡ଼ା ଗ୍ରାମର ଭୁବନ ନାଏକ ଅନ୍ୟତମ l ତାଂକ ସ୍ତ୍ରୀ ଶଶୀ ନାଏକ ଏ. ଏନ.. ଏମ. ଟ୍ରେନିଂ ବାଲେଶ୍ବର ରେ ରହି ନେଉଛନ୍ତି,ପାଖରେ ୭ ମାସର ଶିଶୁ କନ୍ୟା କୁ ଧରି l ସ୍ବାମୀ ଭୁବନ ସେ ଦିନ  ସ୍ତ୍ରୀ ଓ ଝିଅ କୁ ଦେଖାକରି ଟ୍ରେନ୍ ରେ ଫେରୁଥିଲେ  l ମାତ୍ର ୧୫ ମିନିଟ୍ ଭିତରେ ଛକି ବସିଥିବା ଯମ ତାଂକର ଜୀବନ ନେଇଗଲା l ଆଜି ତାଂକର ମୃତ ଦେହକୁ ନିଜ ଜନ୍ମମାଟି କୁ ଅଣାଯାଇଥିଲା l ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା l ଅନେକ ରାଜନୈତିକ ବ୍ୟକ୍ତି, ସମାଜସେବୀ,ଓ ବିଶିଷ୍ଟ ବ୍ୟକ୍ତି ତାଂକର ଶେଷ ଦର୍ଶନ କରିଥିଲେ l ଗ୍ରାମର ଜନ୍ମ ମାଟିରେ ସେ ପଞ୍ଚଭୂତ ରେ ଲୀନ ହୋଇଗଲେ l ଘଟଗାଁ ବ୍ଲକ ପ୍ରଶାସନ ତରଫରୁ ତାକଂ ପରିବାର କୁ ଆର୍ଥିକ ସହଯୋଗ ରାଶି ପ୍ରଦାନ କରାଯାଇଥିଲା l
Leave A Reply