Odisha news

ଜମୁଛି ବରହlଟିପୁରା ମକର ମେଳା : ତିଆରି କରୁଛି ସୁ ସମ୍ପର୍କ ଓ ଭାଇଚାରା ର ଏକ ଅଭୁଲା ମୁହୁର୍ତ୍ତ

0
ଢ଼େଙ୍କିକୋଟ  : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବରହlଟିପୁରା ଠାରେ ପ୍ରଭୁ ନୀଳକଣ୍ଠେଶ୍ୱର ୧୫୨ ପାବଚ୍ଛ ଉପରେ ବିରାଜମାନ l ତାଙ୍କରି ପାଦ ଦେଶରେ ଐତିହାସିକ ମକରମେଳା ଜମୁଛି l ମକର ସଂକ୍ରାନ୍ତିଠାରୁ ଏହି ମେଳା ଆରମ୍ଭହୋଇ ଶେଷହୁଏ ଜାନୁଆରି ମାସର ଶେଷରେ l ହରେକ ରକମର ଦୋକାନ, ଅସ୍ଥାୟୀ ପରଦା ଫିଲ୍ମ, ଅପେରା,ଦୋଳି, ମୋତ କା କୁଆଁ.  ସମେତ ଛୋଟ ଛୋଟ ପିଲାମାନଙ୍କ ପାଇଁ ଦୋଳି, ଓ ଅନେକ ଆକର୍ଷଣୀୟ ଖାଦ୍ଯ, ପୋଷାକ ଦୋକାନ, ଠାରୁ ପନିପରିବା, ମାଛ,ମାଂସ,ଭୋଗ ଦୋକାନ, ସବୁକିଛି ଲମ୍ବା ଲାଇନ ରେ ବସିଛି l ତତ ସହିତ ଅସ୍ଥାୟୀ ମିଡିଆ ହାଉସ, ପୋଲିସ୍ ସହାୟତା କେନ୍ଦ୍ର, ପ୍ରାଥମିକ ଚିକିତ୍ସlକେନ୍ଦ୍ର, ଓ ଅନେକ ଷ୍ଠଲ ଖୋଲାଯାଇଛି l  ଭକ୍ତ ମାନଙ୍କପାଇଁ ତଥା ମେଳାକୁ ବୁଲିବାକୁ ଆସୁଥିବା ଲୋକ ମାନଂକ ପାଈଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ତରଫରୁ ସବୁ ବ୍ୟବସ୍ତା କରାଯାଇଛି l  ଘଟଗାଁ, ହରିଚନ୍ଦନପୁର ଓ ଦେଙ୍କିକୋଟ୍ ଅଂଚଳରୁ ଆସୁଥିବା ଯାନ ଗୁଡିକୁ ଯଥା ସ୍ତାନରେ ପାର୍କିଂ କରାଯାଉଛି l  ସନ୍ଧ୍ୟାବେଳେ ଅଧିକ ଲୋକ ସମାଗମ ହେଉଛି l  ଭକ୍ତ ମାନଙ୍କପାଇଁ ମହାଦେବ କୁଂ ଦର୍ଶନ ପାଇଁ ସବୁ ବନ୍ଦୋବ୍ୟସ୍ତ କରାଯାଇଛି l ତେବେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ମେଳାପ୍ରେମୀ ଆସି ମେଳାରେ ମଜ୍ଜା ନେଉଛନ୍ତି l ସୁ ସମ୍ପର୍କ ଓ ଭାଇଚାରା ର ସମ୍ପର୍କ ମେଳାରେ ଦେଖିବାକୁ ମିଳିଛି l ଦୁଇବର୍ଷ କୋଭିଡ ପାଇଁ ମେଳା ବନ୍ଦ ଥିବାରୁ ଚଳିତବର୍ଷ ମେଳାରେ ଅନେକ ଆତ୍ମୀୟ ସ୍ବଜନ,ବନ୍ଧୁ ବାନ୍ଧବ,ସାଂଗସାଥୀ ମାନଂକୁ ଭେଟଘାଟ କରି ପରସ୍ପର ମଧ୍ୟରେ ଖୁସି ବାଣ୍ଟିବା ସହିତ ସୁ ସମ୍ପର୍କ ତିଆରି ହେଉଛି l ତେବେ ଆମ ରାଜ୍ୟ ରେ ବାରହlଟିପୁରା ମକର ମେଳା ର ଏକ ସ୍ବତନ୍ତ୍ର ମଜ୍ଜା ଅଛି l
Nalco
Leave A Reply