Odisha news

କର୍ଲଭଟ କଲା କଲବଲ ଚାଷୀ ଧାନଉଜାଡିଲା ଠିକାଦାର

0

ଢେଙ୍କାନାଳ : ଜଳ ବିହୁନେ ସୃଷ୍ଟି ନାଶ , ଜଳ ଗହଳେ ସୃଷ୍ଟି ନାଶ  । ଚାଷୀର ଜମିରେ କେଉଁଠି ପାଣି ନଥିବାରୁ ଧାନ ରୁଆ ହୋଇପାରୁନି  । ତ ଆଉ କେଉଁ ଅଧରକ ପାଣି ଯୋଗୁ ଧାନ ତଳି ନଷ୍ଟ ହେଉଛି  । ଏହି ତଳି ନଷ୍ଟ ହେବା ପଛରେ ଜଣେ ପ୍ରଭାବଶାଳୀ ନାତାଙ୍କ ହାତ ରହିଥିବା  ନିରୀହ ଚାଷୀ ଅଭିଯୋଗ କରିଛନ୍ତି  । ଖଣି ମନ୍ତ୍ରୀଙ୍କ ପାଖ ଲୋକ ଭାବେ ପରିଚିତ ନେତା ଜଣଙ୍କ ଭୟରେ ଚାଷୀ କିଛି କହିପାରୁନାହାନ୍ତି  ।ନଷ୍ଟ ହେଉଛି ଜମି  ।

ବିଭାଗୀୟ ଅଧିକାରୀ ଙ୍କୁ ଶୁଣାଯାଉନି କି ଗରିବ ଚାଷୀର ସ୍ୱର ? ଏଭଳି ସାଙ୍ଗାତିକ ଅବସ୍ଥା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କୀର୍ତନପୁର ଠାରୁ ଅସୁରବନ୍ଧ ପର୍ଯ୍ୟନ୍ତ ନିର୍ମିତ ଗ୍ରାମ୍ୟ ଉନ୍ନୟନ ରାସ୍ତା ରେ ଥିବା ଅର୍ଧନିର୍ମିତ କଲଭଟ  । କୀର୍ତନପୁର ମୈାଜାର  ଅର୍ଜୁନବାହାଳୀ ଛକରେ ଚାଲିଛି ଦୀର୍ଘଦିନ କଲର୍ଭଟ ନିର୍ମାଣ   ।

ବାଇପାସ ରାସ୍ତା ଯୋଗୁ  ଜଳ ନିଷ୍କାଷିତ ହୋଇନପାରି ୧୧ଜଣ ଚାଷୀଙ୍କର ୩୦ ଏକର ଜମିରେ ବୁଣାଧାନ ନଷ୍ଟ ହୋଇଥିବାବେଳେ ରୁଆଧାନ ବି ପଚିଯାଇଛି  । ଠିକାଦାର ତୁଷାର ବରାଳ ଓ ପେଟି ଠିକାଦର ଙ୍କୁ ୩ମାସହେଲା ଗୁହାରୀ କଲେ ବି କିଛି ମିଳୁନି ଲାଭ  । କାନମୁଣ୍ଡ ଆଉଁସି ଭାଗ୍ୟକୁ ଆଦରି ରହିଛନ୍ତି ଚାଷୀ  ।  ଭୁଷଳ ପଚାଂୟତର ପ୍ରଭାବଶାଳୀ ନେତାଙ୍କ ପୁଅ କଣ ଭରଣା କରିବେ ଚାଷୀର କଷ୍ଟ ?

Nalco
Leave A Reply