ଭଦ୍ରକ :ଭଦ୍ରକରେ ଆଜି ମୁସଲମାନ ସଂପ୍ରଦାୟ ପକ୍ଷରୁ ପବିତ୍ର “ଇଦ-ଉଲ-ଯୋହା’ପର୍ବ ନିରାଡମ୍ବରପୂର୍ଣ୍ଣ ଭାବେ ତଥା ସାମାଜିକ ଦୂରତା ରକ୍ଷା କରି ପାଳିତ ହୋଇଯାଇଛି । ଏହି ସମୂହ ନମାଜ ପାଠ କାର୍ଯ୍ୟମରେ ୧୦ହଜାରରୁ ଉର୍ଦ୍ଧ୍ୱର୍ ମୁସଲମାନ ସଂପ୍ରଦାୟର ଆବାଳ ବୃଦ୍ଧ ବନିତା ଯୋଗ ଦେଇଥାନ୍ତି । ତେବେ କରୋନା ମହାମାରୀ ପାଇଁ ପ୍ରଶାସନର କଟକଣାକୁ ମାନି ମୌଲବୀ(ପଣ୍ଡିତ)ଙ୍କ ସହିତ ୫ଜଣ ଶ୍ରଦ୍ଧାଳୁ ନମାଜ ପାଠ କରିଥିଲେ ।
ଏହି ନମାଜ ପାଠ ଇଦ୍ଘା ସମେତ ଜାମା ମସଜିଦ, ଛଡାକ ମହଲା, କାଜି ମହଲା, ବଡସାନ ଶଙ୍କରପୁର, ମୁଲ୍ଲାସାହି, ନଙ୍ଗାମହଲା, ଅଲାଲପୁର, ବାଙ୍କା ମସଜିଦ, ହଜରୀନଗର, ମିର୍ଜାପୁର, ସେଖସାହି, ଦୁର୍ଗାପୁର, ଚରମ୍ପା, ଏଲଖା ଓ ସାହାପୁର ମସଜିଦ ସମେତ ସମସ୍ତ ମସଜିଦରେ ୫ଜଣ ଲେଖାଏଁ ଶ୍ରଦ୍ଧାଳୁ ନମାଜ ପାଠ କରିଥିଲେ । ପ୍ରଶାସନର ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଅଧିକାଂଶ ଲୋକେ ନିଜ ନିଜ ଘରେ ନମାଜ ପାଠ କରିବା ସହ ଏହି ପବିତ୍ର ପର୍ବକୁ ପାଳନ କରିଛନ୍ତି । ଏପରିକି ସମସ୍ତ ଧାର୍ମୀକ ସ୍ଥଳରେ ୧୪୪ଧାରା ବଳବତ୍ତର ରହିଛି
