ଢେଙ୍କାନାଳ,18.6.2022ଢେଙ୍କାନାଳ ଜିଲ୍ଲା ସଦର ଥାନା ଆନ୍ତର୍ଗତ ଭାପୁର ଗ୍ରାମ ନିକଟସ୍ଥ ପଶ୍ଚିମେଶ୍ୱର ମନ୍ଦିର ପାଖରେ ଯାଇ ଥିବା କଟକ ସମ୍ବଲପୁର ରାସ୍ତା ଉପରେ ଜନୈକ ଯୁବକକୁ ଅଜଣା ଗାଡି ଦୁର୍ଘଟଣା କରି ଚାଲିଯାଇଛି l ସୁସଚନରୁ ପ୍ରକାଶ ପାଏକି ଯେଉକ୍ତ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ଅଚିହ୍ନା ଯୁବକଙ୍କୁ ଚେତାଶୂନ୍ୟ ଅବସ୍ତରେ ବହୁ ସମୟ ଧରି ପଡିରହିଥିବା ଦେଖି ସ୍ଥାନୀୟ ଲୋକମାନ 108 ସାହାଯ୍ୟରେ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇ ଥିଲେ l ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷନା କରିଛନ୍ତି l ଏହି ଯୁବକ ଆଦ୍ୟ 18 ତାରିଖ ସକାଳ ସମୟରେ ଯାଜପୁରୁ ଜିଲ୍ଲା ଅନ୍ତର୍ଗତ ପିତିରି ପଞ୍ଚାୟତ ଅଧିନସ୍ତ ଭୋଗରା ଗ୍ରାମର ବାସିନ୍ଦା ଶ୍ରୀକାନ୍ତ ବଳ ଉକ୍ତ ରାସ୍ତାଡେଇ ଯାଉଥିଲାବେଳେ ଏହି ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଥିଲା l ଶ୍ରୀକାନ୍ତଙ୍କ ମୃତଦେହ ସବବ୍ୟବଛେଦ ଗୃହରେ ବ୍ୟବଛେଦ ପାଁଇ ରଖାଯାଇଛି l
