Odisha news

ବିନା କାରଣରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ, ଲୋକେ ହନ୍ତସନ୍ତ

0

ଧର୍ମଶାଳା : ଧର୍ମଶାଳା ବ୍ଲକ ଜାରକା ବିଦୁ୍ୟତ ଉପଖଣ୍ଡ ଅଧିନରେ ବାରମ୍ବାର ଘଣ୍ଟା ଘଣ୍ଟା ଧରି ବିନା କାରଣରେ ବିଦୁ୍ୟତ କାଟ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏହି ବିଦୁ୍ୟତ ଉପଖଣ୍ଡ ଅଧିନରେ ବାରମ୍ବାର ବିଦ୍ୟୁତ ବିଭ୍ରଟ ଦେଖାଦେବା ୍େୟାଗୁଁ ଗ୍ରାହକମାନଙ୍କମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଜୁଲାଇମାସରେ ପ୍ରବଳ ଗୁଳୁଗୁଳି ହେଉଥିବା ବେଳେ ଘଂଟାଘଂଟା ଧରି ବିଜୁଳି କାଟ ହେଉଥିବାରୁ ଗରମରେ ଲୋକେ ଅଉଟିପାଉଟି ହେଉଛନ୍ତି । କରୋନା ଯୋଗୁଁ ଲକଡାଉନ ଚାଲିଥିବା ବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତ୍ୟେକ ମାସରେ ବିଦ୍ୟୁତ କର୍ମଚାରୀ ଘର ଘର ବୁଲି ମିଟର ଯାଁଚ କରି ବିଲ ଦେବା ସହ ଟଙ୍କା ଆଦାୟ କରିଚାଲିଛନ୍ତି ।

ତେଣେ ଲକ ଡାଉନ ଯୋଗୁ ଲୋକେ ରୋଜଗାର ହରାଇଥିବା ବେଳେ ବିଦ୍ୟୁତ ବିଲ ପାଇଠ କରିବାକୁ ଅସମର୍ଥ ହୋଇପଡିଛନ୍ତି । ତେଣେ ଅନେକ ସ୍ଥାନରେ ଯୋର ଜବରଦସ୍ତ ବିଲ ଆଦାୟ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ତେଣେ ଏହି ଉଫଖଣ୍ଡ ଅଧିନରେ ପ୍ରତ୍ୟେକ ଦିନ ୪ ରୁ ୫ ଘଂଟା ବିଦୁ୍ୟତ କାଟ ହୋଇଚାଲିଛି । ଏସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ୩୩ କେଭି ଲାଇନ ଫଲ୍ଟ ହେବା ଯୋଗୁ ଏଭଳି ପରିସ୍ଥିତି ଉପୁଯୁଛି ବୋଲି ସଫେଇ ଦେଉଛନ୍ତି । ତେବେ ମାସ ମାସ ଧରି ଏଭଳି ବିଭ୍ରାଟ ଲାଗିରହିଥିବା  ବେଳେ ଏହାକୁ କାହିଁକି ସଜଡାଯାଉ ନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ କରା ନଗଲେ ଜାରକା ବିଦୁ୍ୟତ ଉପଖଣ୍ଡ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଉପଭୋକ୍ତା ସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।

Leave A Reply

Your email address will not be published.