Odisha news

ମହିଳାମୋର୍ଚ୍ଚାର ମହାଅଧିବେଶନ ମୋଦିଙ୍କ ଯୋଜନାକୁ ଓଡିଶା ସରକାର ଅଣଦେଖା କରୁଛନ୍ତି-ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର, ୩୧ ଅଗଷ୍ଟ- ଓଡିଶାରେ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଦତ ଯୋଜନାକୁ ଓଡିଶା ସରକାର ଅଣଦେଖା କରୁଛନ୍ତି । କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇଯିବେ ସେଥିପାଇଁ ଜାଣିଶୁଣି ଓଡିଶା ସରକାର କାମ କରୁନାହାନ୍ତି । ଗରିବଙ୍କ ମୁଣ୍ଡ ଉପରେ ଛାତ, ଘରେ ବିଜୁଳି, ପାଇଖାନା ଦେଇ ସେମାନଙ୍କ ସ୍ୱାଭିମାନ ବଢିବା ପାଇଁ ମୋଦି ସରକାର କାମ କରୁଥିବା ବେଳେ କାହିଁକି ଓଡିଶା ସରକାର ଏଥିରେ ବାଧା ସୃଷ୍ଟି କରିଛନ୍ତି ଏ ପ୍ରସଙ୍ଗକୁ ବିଜେପି ମହିଳାମୋର୍ଚ୍ଚା ଗାଁ ଗଣ୍ଡାରେ ଉଠାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ମହିଳାମୋର୍ଚ୍ଚାର ମହାଅଧିବେଶନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ମହିଳାମୋର୍ଚ୍ଚା ଓଡିଶାର ବୁଥ ସ୍ତରରେ ସଙ୍ଗଠନକୁ ମଜଭୁତ କରିବାର ଯୋଜନା କରିଛି । କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ହୋଇଥିବା ଜନକଲ୍ୟାଣ ଯୋଜନା ଉଜ୍ଜଳା ହେଉ ଅବା, ସ୍ୱ୍ଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ ଯୋଜନା ହେଉ କିମ୍ବା ପ୍ରଧାନମନ୍ତ୍ରୀଙ୍କ ସୌଭାଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୁଦ୍ରା ଓ ଷ୍ଟାଣ୍ଡ ଅପ ଯୋଜନାରେ ଋଣ ପ୍ରଦାନ ହେଉ, ଏହି ସମସ୍ତ ଯୋଜନାକୁ ଘରେଘରେ ପହଁଚାଇବାର ବ୍ୟବସ୍ଥା କରିବ ମହିଳାମୋର୍ଚ୍ଚା ।
ଓଡିଶା ସରକାର ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ପ୍ରଦତ ଯୋଜନାକୁ ଅଣଦେଖା କରିଛନ୍ତି । ରାଜ୍ୟରେ ପାଇଖାନା ନିର୍ମାଣ ବହୁ ମନ୍ଥର ଗତି ଦେଖାଦେଇଛି । ଗତ ଦୁଇଦିନ ତଳେ ପ୍ରଗତି ମିଟିଂରେ ଏନେଇ ମୁଖ୍ୟଶାସନ ସଚିବଙ୍କ ସହ ପ୍ରଧାନମନ୍ତ୍ରୀ ଆଉଥରେ କଥା ହୋଇଛନ୍ତି । ପୂର୍ବରୁ ଏନେଇ ମଧ୍ୟ କଥା ହୋଇଥିଲା । ମହତ୍ମାଗାନ୍ଧୀଙ୍କ ଦେଢଶହ ବର୍ଷ ପୂର୍ତିକୁ ଅବସବର ବନାଇ ସବୁଘରେ ଟଏଲେଟ ବନାଯାଉ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ମହିଳାମାନେ ସଶକ୍ତିକରଣ ହେଲେ ମୋଦିଜୀଙ୍କ ଲୋକପ୍ରିୟତା ବଢିବ ସେଥିପାଇଁ ରାଜ୍ୟ ସରକାର ଏହାକୁ ଦୁଲକ୍ଷ୍ୟ କରୁଛନ୍ତି । ସୌଭାଗ୍ୟ ଯୋଜନାରେ ରାଜ୍ୟ ସରକାର ତାଲିକା ଦେଲେ ଅଧାଘରେ ବିଜୁଳି ପହଁଚିନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧା ହୋଇନାହିଁ । ଏପ୍ରକାର ଅସୂୟା ମନୋଭାବ ଓ ମହିଳା ବିରୋଧୀ ମନୋଭାବ ବିରୋଧରେ ଗାଁ ଗଣ୍ଡାରେ ମହିଳାମୋର୍ଚ୍ଚା କଥା ଉଠାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.