Odisha news

କଂଟିଗଡିଆ ବଡ ପୋଖରୀକୁ ପର୍ଯଟନ ସ୍ଥଳି କରିବାକୁ ପ୍ରଶାସନର ନିଷ୍ପତି

0

ଧର୍ମଶାଳା :  ଧର୍ମଶାଳା ବ୍ଲକ କଂଟିଗଡିଆ ନିକଟସ୍ଥ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବଡ ପୋଖରୀକୁ ପୁନ୍ନରୁଦ୍ଧାର କରାଯାଇ ଯାଜପୁରସ୍ଥିତ  କୁସୁମା ପୋଖରୀ ଭଳି କରିବାକୁ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ଆଜି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଜିଲ୍ଲାପାଳ ରଂଜନ କୁମାର ଦାସ, ପିଡି ଇନ୍ଦ୍ରମଣି ନାୟକ, ଧର୍ମଶାଳା ବିଡିଓ ସ୍ମିତା ରଥ, ତହସିଲଦାର ସରୋଜ କୁମାର ପଣ୍ଡା ଓ ସ୍ଥାନୀୟ ଜନପ୍ରତିନିଧିମାନେ ସରଜମିନ ତଦନ୍ତ କରିଥିଲେ ।

ପରେ ଏମାନେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟରେ ଏସମ୍ପର୍କରେ ଆଲୋଚନା କରି ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବା ଲାଗି ରାଜ୍ୟ ସରକାରଙ୍କ ପାଣ୍ଠିରୁ ୫ କୋଟି ଟଙ୍କା ବ୍ୟୟ କରାଯିବା ସହିତ ବ୍ଲକ, ପଂଚାୟତ, ଏମଏଲଏ ଓ ଏମପି ଲ୍ୟାଡରୁ ଖର୍ଚ୍ଚ କରିବାକୁ  ନିଷ୍ପତି ନିଆଯାଇଛି । କଂଟିଗଡିଆର ଏହି ପୋଖରୀକୁ ପୁନ୍ନରୁଦ୍ଧାର କରାଯାଇ ନୌଚାଳନା ବ୍ୟବସ୍ଥା, ଫୁଲ ବଗିଚା ଓ ପାର୍କରେ ପରିଣତ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାଜପୁର ସହରରେ ଗଡିଉଠିଥିବା କୁସୁମା ପୋଖରୀ ଭଳି ଏହାକୁ ପରିଣତ କରିବା ପାଇଁ ଲକ୍ଷ୍ୟରଖାଯାଇଛି । ବର୍ଷା କମିବା ପରେ ଏହି ପୋଖରୀର ପୁନ୍ନରଉଦ୍ଧାର କାମ ଆରମ୍ଭ କରାଯିବ ହେବ ବୋଲି ବିଧାୟକ ଶ୍ରୀ ବଳବନ୍ତରାୟ ସୂଚନା ଦେଇଛନ୍ତି । ଏଠାରେ ପୋଖରୀ ଓ ପାର୍କ ନିର୍ମାଣ ହେଲେ ବହୁ ପର୍ଯ୍ୟଟକ ଏଠାକୁ ଆସି ସୌନ୍ଦର୍ଯ୍ୟ ଉପଭୋକ କରିପାରିବେ ବୋଲି ଆଶାବ୍ୟକ୍ତ କରାଯାଇଛି ।

Leave A Reply