ଧର୍ମଶାଳା : ପ୍ରତିଭାପୂଜା ପ୍ରତ୍ୟେକ ଓଡ଼ିଆ ଜାତିର ନୈିତ ଦାୟିତ୍ୱ । ସାହିତ୍ୟ ହେଉଛି ସମାଜ ଓ ସଂସ୍କୃତିର ମୁଖବନ୍ଧ ସଦୃଶ । ଯାହା ସମଗ୍ର ଜନ ଜୀବନ ଓ ସାହିତି୍ୟକ ବାର୍ତ୍ତାକୁ ଅତ୍ୟନ୍ତ ଭାବଗଭର ଓ ପ୍ରାଂଜଳ ଭାବେ ପରିପ୍ରକାଶ କରିଥାଏ ବୋଳି ବହୁ ବିଶିଷ୍ଟ ସାହିତି୍ୟକ ମତବ୍ୟକ୍ତ କରିଛନ୍ତି ।
ଗୋକର୍ଣ୍ଣିକା ସାହିତ୍ୟ ସମାଜ ଆନୁକୂଲ୍ୟରେ କାର୍ଯ୍ୟାଳୟ ପରିସରରେ ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତ ସିଂହାରଙ୍କର ୨୧୪ତମ ପୁଣ୍ୟତିଥି ଓ ବ୍ୟାସକବି ଫକିର ମୋହନ ସେନାପତିଙ୍କର ୧୦୩ତମ ଶ୍ରାଦେ୍ଧାତ୍ସବ ଏବଂ ଗୋକର୍ଣ୍ଣିକା ରଜସଂଖ୍ୟା ଉନ୍ମୋଚନ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ସାମାଜିକ ଦୂରତାକୁ ରକ୍ଷାକରି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲା ଲେଖକ ସମ୍ମେଳ ସଭାପତି ଡ. ରୁଦ୍ରନାରାୟଣ ପୃଷ୍ଟି ଯୋଗ ଦେଇ ବିଦଗ୍ଧ କବିଙ୍କୁ ସ୍ମରଣ କରି ତାଙ୍କ କବିା ଅତୁଳନୀୟ ଓ କାଳଜୟୀ ହୋଇଥିବାବେଳେ କଥାସମ୍ରାଟଙ୍କ ଗଳ୍ପ ଉପନ୍ୟାସ ପାଠକର ହୃଦୟ ଜୟ କରିବା ସହିତ ଚିରକାଳ ପାଇଁ ତାତ୍କାଳିକ ସମୟର ବାର୍ତ୍ତା ବହନ କରିଚାଲିଥିବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଗୋକର୍ଣ୍ଣିକା ରଜ ଓ ରଥ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ଭାବେ କବି ସଂଗ୍ରାମ କେଶରୀ ଜେନା, ଆଜିର ଆହ୍ୱାନ ସଂପାଦକ ମାନସ ରଂଜନ ଜେନା ଯୋଗ ଦେଇଥିଲେ । ସାମ୍ବାଦିକ ଅକ୍ଷୟ କୁମାର ରାଉତ ଅତିଥିଙ୍କୁ ସ୍ୱାଗତ ଜଣାଇଥିବାବେଳେ ପୂର୍ବତନ ସଂପାଦକ ଅଧ୍ୟାପକ ବିଜୟ କୁମାର ନାୟକ ବିବରଣୀ ପାଠ କରିଥିଲେ । ସାମାଜିକ ଓ ଶାରୀରିକ ଦୂରତା ରକ୍ଷା କରି ଏହି ପର୍ବକୁ ଗୋକର୍ଣ୍ଣିକା ସହସଂପାଦକ ଡ. ତୁହିନାଂଶୁ ରଥ, ଅଧ୍ୟାପକ ମହେଶ୍ୱରପାଢ଼ୀ, ଦେବବ୍ରତ ରାଉତ ପରିଚାଳନା କରିଥିବାବେଳେ ସୁକନ୍ୟା ସଭାପତି ଅଜୟ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।