ଧରାକୋଟ–୨୮.୯.୨୩ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ବଛତା ପକ୍ଷ ପାଳନ ପାଇଁ ଢ୍ଉଗାଁ ପଞ୍ଚାୟତ ରେ ସ୍ବଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡେନିସ ବେହେରା ଙ୍କ ଉପସ୍ଥିତି ରେ ଜିଲ୍ଲା କୋଡିନେଟର ସଂଗ୍ରାମ ପଣ୍ଡା,ଜଳପରିମଳ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ ପ୍ରମୁଖ ଯୋଗଦେଇ ଢ୍ଉଗାଁ ଗ୍ରାମରେ ଜନ ସଚେତନତା ସହ ବୃକ୍ଷରୋପଣ, ପୋଖରୀ ସଫେଇ, ମନ୍ଦିର ପରିସରର ସଫେଇ, ନଳକୂପ ଚାରିପାଖ ସଫେଇ ଆଦି କାର୍ଯ୍ୟକ୍ରମ କରିବା ସହିତ ବର୍ଷା ଋତୁରେ ମଶା ଦାଉରୁ ଘର ଚାରିପାଖକୁ ରକ୍ଷା କରିବା ଏବଂ ପରିବେଶର ସନ୍ତୁଳନ ପାଇଁ ଜନ ସଚେତନତା ସୃଷ୍ଟି କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଢ୍ଉଗାଁ ସରପଞ୍ଚ ମନୁ ପାତ୍ର, ନିର୍ବାହୀ ଅଧିକାରୀ କାଳୁଚରଣ ସ୍ବାଇଁ,ଜି ଆର ଏସ୍ ସଂଜୟ ସ୍ବାଇଁ, ଯୋଗଦେଇଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀ ର ଚାରିଶହ ମହିଳା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଢ୍ଉଗାଁ ପଞ୍ଚାୟତ ର ସତାଧିକ ଜନସାଧାରଣ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ବ୍ଲକ ବିଜେଡି ସଭାପତି ସଂଜୟ ପାତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ପରିଚାଳନା କରିଥିଲେ। ଠିକ୍ ସେହିପରି ଧରାକୋଟ ପଞ୍ଚାୟତରେ ପୂର୍ବତନ ସରପଂଚ ଦିଲୀପ କୁମାର ସ୍ବାଇଁ ଙ୍କ ନେତୃତ୍ବରେ ଧରାକୋଟ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଂଚ ପୁନିଆ ଦାସ ଙ୍କ ଉପସ୍ଥିତି ରେ ସତାଧିକ ଯୁବ ଗୋଷ୍ଠୀ , ଡ୍ରାଇଭର ସଭାପତି ଏବଂ କର୍ମକର୍ତ୍ତା, ସତ୍ୟସାଇ ସେବା ଗୃଫର ସଦସ୍ୟ ଯୋଗ ଦେଇ ଧରାକୋଟ ବଜାର, ଏବଂ ରଥପଦା, ଜଗନ୍ନାଥ ମନ୍ଦିର ପାର୍ଶ, ପଞ୍ଚାୟତ କାର୍ଯ୍ୟାଳୟ ପରିସରର,କାଳିମନ୍ଦିର,ନେଳିଆ ପୁଷ୍କରିଣୀର ଚତୃପାର୍ଶ ରେ ରହିଥିବା ଆବର୍ଜନା ମୟ ପରି ବେଶର ସଫେଇ କରିଥିଲେ। ସ୍ବଛତା ଅବସରରେ ସମସ୍ତେ ସୁସ୍ତ ପରିବେଶ ପାଇଁ ସପଥ ନେଇ ଥିଲେ।