ଧରାକୋଟ-ଗରିବି ଉପରେ ଦାଉ ସାଜିଛି ରୋଗ । ସୁଦୁର ଗୁଜରାଟ ଯାଇ ଦାଦନ ଖଟି ପରିବାର ର ପେଟ ପୋଷୁଥିଲେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜଗମୋହନ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ । ପରିବାର କହିଲେ ଦୁଇଟି ପୁଅ ଗୋଟିଏ ଝିଅ ,ସେ ନିଜେ ଓ ସ୍ତ୍ରୀ । ତାଙ୍କର ସ୍ୱଳ୍ପ ରୋଜଗାର ରେ ପାଞ୍ଚ ପ୍ରାଣୀର ପରିବାର ଚଳୁଥିଲା। ହେଲେ ସୁଖର ସଂସାର ରେ ସତେ ଯେମିତି କଳାର ବାଦଲ ଘୋଟି ଆସିଥିଲା ସାନ ପୁଅ ଆଶୁତୋସର ଶରୀର ଖରାପ ହେବା ପରେ। ତାଙ୍କର ଚିକିତ୍ସା ପାଇଁ ସେ ଘର ଦ୍ୱାର ସବୁବିକ୍ରି କରିସାରିଲେଣି ହେଲେ ଏବେ ଆଉ ପୁଆକୁ ଦେଖାଇବା କୁ ଅର୍ଥ ନାହିଁ।
ଗଞ୍ଜାମ ଜିଲ୍ଲା ଜଗମୋହନ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟି ଚଳାଉଥିଲେ ପରିବାର। ତେବେ ହଟାତ ତାଙ୍କ ପରିବାର ଉପରକୁ ମାଡିଆସିଲା ଦୁଃଖର କଳା ବାଦଲ । ବର୍ଷେ ତଳେ ଯେତେବେକେ ସାନ ପୁଅ ଆଶୁତୋଷ କୁ 3 ବର୍ଷ ହେଲା ସେ ଚାଲିବା ଓ ଖେଳିବା ବେଳେ ହଟାତ ହାଲିଆ ହୋଇ ମୁଣ୍ଡ ବୁଲାଇ ପଡିଯାଉଥିଲା। ତେଣୁ ପୁଅ କଣ ହୋଇଛି ତାହା ଜାଣିବା ପାଇଁ ତାଙ୍କୁ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ନେଇଥିଲେ ମେଡିକାଲ କୁ । ହେଲେ ସେଠାରେ ଜଣା ପଡିଲା ପୁଅ ହାର୍ଟ ରେ ଗୋଟିଏ ହୋଲ ଅଛି ଆଉ ତାହାର ଚିକିତ୍ସା ପାଇଁ ୫ଲକ୍ଷରୁ ଉଦ୍ଧ ଟଙ୍କା ଖର୍ଚ୍ଚହେବ । ଏହି କଥା ଶୁଣିବା ପରେ କୃଷ୍ଣଙ୍କ ପାଦତଳୁ ମାଟି ଖସି ଯାଇଥିଲା। ସେ ଘରକୁ ଆସି ନିଜ ଘର ଦ୍ୱାର ବିକ୍ରି କରି ସାନ ପୁଅ ଚିକିତ୍ସା କରୁଛନ୍ତି। ହେଲେ ଏବେ ଆଉ ପୁଅ ଚିକିତ୍ସା କରିବା ପାଇଁ ସମ୍ଭଳ ନାହିଁ।
ଏପଟେ କୃଷ୍ଣ ଙ୍କ ପରିବାରର ବିଜୁ ସ୍ୱାସ୍ଥ୍ୟ କାର୍ଡ ରହିଛି । ହେଲେ ରାସନ କାର୍ଡ କି ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ପୁଅ ଆଶୁତୋଷର ନାମ ନଥିବାରୁ ତାହା ମଧ୍ୟ ମେଡ଼ିକାଲ ରେ କାମରେ ଲାଗୁନି । ତେଣୁ ରାସନ କାର୍ଡ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଆଶୁତୋଷ ଙ୍କ ନାମ ଯୋଡିବା ପାଇଁ କୃଷ୍ଣ ଦୌଡ଼ି ଦୌଡ଼ି ନିରାଶ ହେଲେଣି । ଯେତେ ଡେରି ହେଉଛି ରୋଗ ସେତେ ଶରୀରରେ କାୟା ବିସ୍ତାର କରୁଛି। ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ଆଶୁତୋଷ। ଏବେ ଆଶୁତୋଷଙ୍କ ଚିକିତ୍ସା ପାଇଁ କେବଳ ଏକ ମାତ୍ର ଭରସା ସରକାରଙ୍କ ସହାୟତା।ତେଣୁ ତାଙ୍କ ବାପା ଓ ଗାମବାସୀମାନେ
ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି । ଏପଟେ ପିଲାଟିର ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହେବା ସହ ଖୁବ ଶୀଘ୍ର ତାର ନାମ ରାସନ କାର୍ଡ଼ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ରେ ଯୋଡିବା ପାଇଁ ଧରାକୋଟ ବି.ଡ଼ି.ଓ ପ୍ରତିଶୃତି ଦେଇଛନ୍ତି।
ହେଲେ କେବଳ ପ୍ରଶାସନ କାହିଁକି ଯଦି କୌଣସି ସହୃଦୟ ବ୍ୟକ୍ତି ,ସାମାଜିକ ଅନୁଷ୍ଠାନ ଆଶୁତୋଷଙ୍କ ଏହି ଅବସ୍ଥାକୁ ଗୁରୁତର ସହ ନେଇ ତାଙ୍କୁ ସହଯୋଗର ହାତ ବଢ଼ାଇଲେ କୋମଳ ଶିଶୁଟା ନୂଆ ଜୀବନ ଫେରି ପାଇଥାନ୍ତା।
A/C-098601000012019
Account Holder-GOLAP KUMARI SAHU
IFSC-IOBA0000986
Mobile-7205288176
