ଭଂଜନଗର ଜେଲ୍ ଭିତରୁ , ବିଚାରଧୀନ ବନ୍ଦୀ ର ମୃତଦେହ ଉଦ୍ଧାର
ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ , ମୁହଁ ଖୋଲୁନାହାନ୍ତି ଜେଲ କତୃପକ୍ଷ ।
ଭଂଜନଗର – ଗଂଜାମ ଜିଲ୍ଲା ଭଂଜନଗର ଉପ କାରାଗାରରେ ବିଚାରଧୀନ ବନ୍ଦୀର ମୃତ୍ୟୁ । ମୃତ ବନ୍ଦୀ ଜଣକ ତୋଫାନ ନାଇକ । ଭଂଜନଗର ପୋଲିସ ଦେଇଥିବା ସୂଚନା ପ୍ରକାରେ , ଭଂଜନଗର ଜେଲ୍ ର ଗାଧୁଆ ଘରୁ ତୋଫାନ ଙ୍କ ଝୁଲନ୍ତା ଶରୀର କୁ ଉଧାର କରାଯାଇଥିଲା । ପରେ ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ , ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଭଂଜନଗର ପୋଲିସ ମେଡିକାଲ ଓ ଜେଲ୍ କୁ ଯାଇ ଘଟଣାର ତଦନ୍ତ କରିଛି । ମୃତ ଦେହକୁ ଜବତ କରି, ଥାନା କେଶ୍ ନଂ – ୩୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରିଛି ପୋଲିସ । ଏ ଘଟଣା ରେ ଜେଲ କତୃପକ୍ଷ ମୁହଁ ଖୋଲୁ ନାହାନ୍ତି । ଅନ୍ୟପକ୍ଷରେ ଏହି ଘଟଣା କୁ ନେଇ , ଜେଲ୍ କତୃପକ୍ଷଙ୍କୁ ଦାୟୀ କରିଛନ୍ତି , ମୃତ ତୋଫାନ ଙ୍କ ମା’ ମଲ୍ଲି ନାଇକ ଓ ସ୍ତ୍ରୀ ବନି ନାଇକ । ସୂଚନା ପ୍ରକାରେ , ଏକ ହତ୍ୟା ଉଦ୍ୟମ ମାମଲାରେ , ଭଂଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ଗ୍ରାମର ତୋଫାନ ନାଇକ ଓ୍ବାରେଣ୍ଟ ବଳରେ ଗିରଫ ହୋଇ , ଭଂଜନଗର ଜେଲ୍ ରେ ରହିଥିଲା । ସୋମବାର ସକାଳେ , ଜେଲ୍ ପକ୍ଷରୁ ଦିଆ ଯାଇଥିବା ଜଳଖିଆ ଖାଇଥିଲା । କିଛି ସମୟପରେ ଜେଲ୍ ର ଗାଧୁଆ ଘରୁ ତାଙ୍କ ଝୁଲନ୍ତା ନିସ୍ତେଜ ଶରୀର କୁ ଉଧାର କରି ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର , ତୋଫାନ କୁ ମୃତ ଘୋଷଣା କରିଥିଲେ । ସମୁଦାୟ ଘଟଣାକୁ ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି ।
ହତ୍ୟା ଅଭିଯୋଗ ଆଣି ଥାନା ର ଦ୍ବାରସ୍ଥ ହୋଇଛନ୍ତି । ଅନ୍ୟ ପକ୍ଷରେ ଘଟଣା ଘଟିବା ପରେ ଦିନ ତମାମ , ଭଂଜନଗର ଜେଲ୍ କତୃପକ୍ଷ , ରୁଦ୍ଧଦ୍ବାର ଆଲୋଚନାରେ ହିଁ ରହିଥିଲେ । ଘଟଣାର ପ୍ରକୃତ କାରଣ ଜାଣିବାକୁ , ଦିନତମାମ ଜେଲ୍ ଫାଟକ ଆଗରେ ଅପେକ୍ଷା କରି ରହିଥିବା ଗଣମାଧ୍ୟମ ପ୍ରତିନିଧି ଙ୍କୁ ପ୍ରତିକ୍ରିୟା ଦେବାକୁ ଆସିନଥିଲେ । ସମସ୍ତ ଘଟଣା ଓ ପାରିପାର୍ଶ୍ବିକ ଅବସ୍ଥା ହିଁ ବୟାନ କରୁଥିଲା , ସମୁଦାୟ ଘଟଣା ପଛରେ ଗୁଣ ରହସ୍ୟ ଲୁଚି ରହିଛି । ନତୁବା ଘଟଣାର ସତ୍ୟାସତ୍ୟ କୁ ଚାପି ଦେବାପାଇଁ ମିଳିତ ଯନ୍ତ୍ରଣା ଆରମ୍ଭ ହୋଇଛି । ଜେଲ୍ ର ସୁରକ୍ଷା ଓ ଘଟଣାକ୍ରମ ଉଭୟ ଭଂଜନଗର ଜେଲ୍ କତୃପକ୍ଷ ଓ ବିଭାଗୀୟ ବଡ଼ବାବୁ ଙ୍କ ମିଲିଭଗତ୍ ରେ ପରିଚାଳିତ ହେଉଛି । ଯଦି ଏ ଦିଗରେ ଜେଲ୍ ଆଇଜି ଅନୁସନ୍ଧାନ କରିବା ଜରୁରୀ ହୋଇଛି । ତା’ ନହେଲେ ଅତୀତ ରୁ ଆଜିଯାଏଁ ଭଂଜନଗର ଜେଲ୍ ପାଚେରୀ ଡେଇଁ , କଏଦୀ ଙ୍କ ଚମ୍ପଟ , ଆକ୍ରମଣ ଓ ପ୍ରତି ଆକ୍ରମଣ , ଜେଲ୍ ଭିତରେ କଏଦୀ ଙ୍କ ଅନସନ ଓ ଜେଲ୍ ଭିତରୁ ବିଭିନ୍ନ ଆପତ୍ତି ଜନକ ସାମଗ୍ରୀ ଜବତ ହେବା ଭଳି ଘଟଣା କୁ ନେଇ ଚର୍ଚ୍ଚା ରେ ଥିବା ଏହି ଜେଲ୍ ର ସୁରକ୍ଷା ବ୍ୟବସ୍ଥା ଏକ ରହସ୍ୟ ହୋଇ ରହି ଆସିଛି । ଏବେ ଠାରୁ ଏହି କାର୍ଯ୍ୟକଳାପ ପ୍ରତି , ଜେଲ୍ ଉଚ୍ଚ କତୃପକ୍ଷ ଯଦି ଦୃଷ୍ଟି ନିଅନ୍ତି , ତା’ହେଲେ କେତେବେଳେ ବି “ଢୋଲ ଭିତରୁ ମୂଷା” ପଶିଥିବା , ଏଥିରେ ସନ୍ଦେହ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।
