Odisha news

ଭୋଟର ତାଲିକା ଜାଲିଆତି ଅଭିଯୋଗ, ଧାରଣାରେ ଚାଷୀ : ହଟିଲେ ସମ୍ପାଦକ, ନିର୍ବାଚନ ସ୍ଥଗିତ

0

ଧାମନଗର, ତା୨ା୬ : ଧାମନଗର ସେବା ସମବାୟ ସମିତି ନିର୍ବାଚନ ଆସନ୍ତା ୨୬ ତାରିଖ ଦିନ ହେବାକୁ ଥିବାବେଳେ ୧ ତାରିଖ ଦିନ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ଓ ୨ ତାରିଖ ଦିନ ନାମାଙ୍କନପତ୍ର ଦାଖଲ ହେବାର ଥିଲା । ମାତ୍ର ନିର୍ବାଚନ କୁ ସ୍ଥଗିତ ରଖିବା ସହିତ ସମ୍ପାଦକଙ୍କୁ ତୁରନ୍ତ ହରାଇବା ପାଇଁ ବିଭାଗୀୟ ନିଦେ୍ର୍ଦଶ ଦିଆଯାଇଥିବା ଜଣାଯାଇଛି । ଘଟଣାରୁ ଜଣାଯାଇଛି ଯେ ଭୋଟର ତାଲିକାରେ ଜାଲିଆତି ହୋଇଥିବା ଅଭିଯୋଗ କରି କିଛି ଚାଷୀ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ନିର୍ବାଚନ ଅଧିକାରୀ ରବୀନ୍ଦ୍ର କୁମାର ଧଳ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତକରି ଫେରିଯାଇଥିବାବେଳେ ସମ୍ପାଦକ ବସନ୍ତରାଜ ସାହୁ ଏହାକୁ ପ୍ରକାଶ କରିଥିଲେ । ମାତ୍ର ପରେ ଉପରିସ୍ଥ ଅଧିକାରୀ ତାଲିକା ପ୍ରକାଶ ନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଆଜି କେତେକ ଚାଷୀ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିବାବେଳେ ଭୋଟର ତାଲିକା ସପକ୍ଷ ଓ ବିପକ୍ଷରେ ଉପସ୍ଥିତ ଶତାଧିକ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଧାମନଗର ଆଇଆଇସି ଶ୍ରୀ ବଲ୍ଲଭ ସାହୁ ସଦଳବଳେ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାଇବା ସହ ତାଲା ଖୋଲାଇଥିଲେ । ସମ୍ପାଦକ ଶ୍ରୀ ସାହୁ ସମିତି କାର୍ଯ୍ୟାଳୟ ଭିତରକୁ ପଶିବାର ମାତ୍ର କିଛି ସମୟ ପରେ ଅନିର୍ବାଯ୍ୟ କାରଣରୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରହିବା ସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କ ଏକ ନୋଟିସ ପହଂଚି ଥିଲା । ଏଥି ସହିତ ଧାମନଗର ସମବାୟ ସମିତି ର ସମ୍ପାଦକ ଶ୍ରୀ ସାହୁଙ୍କୁ ହଟାଇ ଚୁଡ଼ାକୁଟି ସମବାୟ ସମିତିର ସମ୍ପାଦକ ଅରୁଣ ଉଦୟ ପାତ୍ରଙ୍କୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ମଧ୍ୟ ନିଦେ୍ର୍ଦଶ ଆସିଥିଲା । ନିର୍ବାଚନ ସ୍ଥଗିତ ନୋଟିସ ଶ୍ରୀ ପାତ୍ର ଲଗାଇବା ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟି ତୁଣ୍ଡ ଓ ଠେଲା ପେଲା ହୋଇଥିବା ବେଳେ ପୋଲିସ ସମସ୍ତଙ୍କୁ ସେଠାରୁ ହଟାଇ ଥିଲେ । ନିର୍ବାଚନ ସ୍ଥଗିତକୁ ନେଇ ସାଧାରଣ ରେ ମିଶ୍ର ପ୍ରତିକ୍ରିୟା ଦେଖା ଦେଇଛି

Nalco
Leave A Reply