ଆରଡି, ତା୨ା୬ : ଆଉ ଦିନକ ପରେ ଦେବ ଦେବ ମହାଦେବ ବାବା ଆଖଣ୍ଡଳମଣିଙ୍କ ବାହାଘର । ଏଥିପାଇଁ ସମଗ୍ର ଆରଡିପୀଠ ହୋଇ ଉଠିଛି ଉତ୍ସବ ମୁଖର । ସେବାକାରୀଙ୍କ ଠାରୁ ଆରମ୍ଭକରି ବାହାଘରରେ ଯୋଗ ଦେଉଥିବା ଭକ୍ତଙ୍କ ମଧ୍ୟରେ ବଢି ଚାଲିଛି ଉକôଣ୍ଠା । ଆଜି ଶୁକ୍ରବାର ବିବାହ ନିମନ୍ତେ ମଙ୍ଗନକୃତ୍ୟ କାର୍ଯ୍ୟ ଅନୁଷ୍ଠିତ ହେବ । ଏଥିପାଇଁ ମଣିବାବାଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମନ୍ଦିର ଦ୍ୱାରଫିଟାଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସରିବା ପରେ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ସେବାୟତଙ୍କ ପକ୍ଷରୁ ହଳଦୀ ଓ ସୁବାଷିତ ଜଳରେ ଶ୍ରୀଜିଉଙ୍କୁ ଓ ମାତା ପାର୍ବତୀଙ୍କୁ ସ୍ନାନ କରାଯିବ । ପରେ ବରପିତା ଓ କନ୍ୟାପିତା ହର ଓ ଗୌରୀଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରି ନିଜ ନିଜର ଘରେ ମଙ୍ଗନକୃତ୍ୟ ନୀତି ସମ୍ପନ୍ନ କରିବେ । ତାହାସହ ପୀଠରେ ସମସ୍ତ ସାଜସଜା ଶେଷ ପର୍ଯ୍ୟାୟରେ ପହଁଚିତମଥିବା ବେଳେ ଗତ ଗୁରୁବାର ପିରାହାଟସ୍ଥିତ ପ୍ରଦେଶ ସେବା ସଂଘମଗଠନ ପକ୍ଷରୁ ମନ୍ଦିର ଓ ବିବାହ ମଣ୍ଡପ ପରିସରରେ ମାଙ୍ଗଳିକ ଚିତ୍ର ଚିତ୍ରଶିଳ୍ପି ଶୁଶାନ୍ତ ଦାସ, ଗୋଲେଖବିହାରୀ ସେଠୀ, ପ୍ରଦେଶ ସେବା ସଂଗଠନର ସଭାପତି ରଞନ ମିଶ୍ର, ଅକ୍ଷୟ ରଣା ପ୍ରମୁଖ ଉପସ୍ଥିତ ଥିଲେ, ମଣିବାବାଙ୍କ ବିବାହ ଉତ୍ସବରେ ସଂଗଠନ ପକ୍ଷରୁ ପାନୀୟଜଳ ଓ ଖାଦ୍ୟ ପରିବେଷଣ କରାଯିବ । ଏଥିପାଇଁ ସଂଗଠନ ପକ୍ଷରୁ ୪୦ରୁ ଉର୍ଦ୍ଧ ସଭ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିବାହ ଉତ୍ସବ ଦିନ ୧୧ଟାରେ ବରଧରା ଗମନ ଅନୁଷ୍ଠିତ ହେବା ସହ ଅପରାହ୍ଣରେ ଦିଅଁମଙ୍ଗୁଳା ନୀତି, ସଂଧ୍ୟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ ।
