Odisha news

ଚୀନ୍ ଚାଲର ପର୍ଦାଫାଶ କରିଥିବା ନେପାଳୀ ପତ୍ରକାରର ସନ୍ଦେହ ଜନଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ : ନେପାଳର ଜଣେ ବରିଷ୍ଠ ପତ୍ରକାର ବଳରାମ ବନୀୟlଙ୍କର ସନ୍ଦିଗ୍ଧ ଭାବରେ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି l ସେ ତାଙ୍କର ଶେଷ ଖବରରେ ଚୀନ ଦ୍ୱାରା ନେପାଳର କ୍ଷେତ୍ର ଉପରେ କବଜା ଜମାଇବାକୁ ନେଇ ଲେଖିଥିଲେ l ତାଙ୍କର ସନ୍ଦେହ ସ୍ପଦ ମୃତ୍ୟୁକୁ ନିରପେକ୍ଷ ଯାଞ୍ଚ କରିବା ପାଇଁ ନେପାଳର ବିଭିନ୍ନ ପତ୍ରକାର ସଂଗଠନ ସରକାରଙ୍କ ପାଖରେ ଦାବି କରିଛନ୍ତି l ନେପାଳର ସବୁଠୁ ବଡ ଗଣମାଧ୍ୟମ ସଂସ୍ଥା କାନ୍ତି ପୁର ସହିତ ଗତ ୩ ଦଶକ ଧରି ଯୋଡିହୋଇ ରହିଥିଲେ ବରିଷ୍ଠ ପତ୍ରକାର ବନୀୟl

ବନୀୟlଙ୍କର ଶବ ଗତ ମଙ୍ଗଳବାର ଦିନ କାଠମାଣ୍ଡୁରୁ ୨୦୦ କିଲୋମିଟର ଦୂରରେ ହେତୋଡ଼ା ନିକଟରେ ଜବତ କରାଯାଇଛି l ପତ୍ରକାର ବନୀୟlଙ୍କ ନାମରେ ଶେଷ ଖବର ଚୀନକୁ ନେଇ ଥିଲା ଏଥିପାଇଁ କୁହ ଯାଉଛି ତାଙ୍କର ସନ୍ଦେହ ସ୍ପଦ ମୃତ୍ୟୁରେ ଚୀନର ହାତ ରହିଥିବାର ଚର୍ଚା ହେଉଛି l ବନୀୟl ୨୪ ଜୁନରେକାନ୍ତି ପୁରରେ ଗୋଟିଏ ଖବର ଛାପିଥିଲେ ,ଯେଉଁଥିରେ ନେପାଳର ଉତର ସୀମାରେ ଅଧିକାଂଶ ଜାଗା ଉପରେ ଚୀନର ଅବୈଧ କବ୍ଜାକୁ ନେଇ ଉଲେଖ କରାଯାଇଥିଲା l ଏଥିରେ ତଥ୍ୟ ଓ ପ୍ରମାଣ ମଧ୍ୟ ରହିଥିଲା l

ଏହି ଖବରକୁ କାନ୍ତି ପୁରର ପ୍ରଥମ ପୃଷ୍ଠାରେ ସ୍ଥାନ ଦିଆଯାଇଥିଲା ଓ ଏହାକୁ ବ୍ୟାନର ନିୟୁଜ କରାଯାଇଥିଲା l ନେପାଳର ସବୁଠୁ ଲୋକ ପ୍ରିୟ ଓ ସବୁଠୁ ଅଧିକ ବିକ୍ରି ହେଉଥିବା ଖବର କାଗଜରେ ଚୀନକୁ ନେଇ ଏହି ଖବର ପରେ କାଠମାଣ୍ଡୁରେ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା l ଏହି ଖବର ଏମିତି ସମୟରେ ନେପାଳୀ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ,ଯେତେବେଳେ ନେପାଳ ସରକାର ,ବିୟୁରକ୍ରାସି ଓ ଅଧିକାଂଶ ମିଡ଼ିଆ ଚୀନର ପ୍ରଭାବରେ ଥିଲେ,ଏବଂ ନେପାଳ ଭାରତ ଉପରେ ଆରୋପ ଲଗାଇଥିଲା ଯେ ଭାରତ ନେପାଳର ଜମି ଉପରେ କବ୍ଜା କରିଛି l

ଏହି ଖବରକୁ ନେଇ ସଂସଦରେ ମଧ୍ୟ ଖୁବ ହଙ୍ଗାମା ହୋଇଥିଲା l ସେତେବେଳେ ନେପାଳର ବିଦେଶମନ୍ତ୍ରୀ କହିଥିଲେ ଯେ ନେପାଳର ଗୋଟିଏ ଇଞ୍ଚ ଭୂମି ଉପରେ ମଧ୍ୟ ଚୀନର କବ୍ଜା ନାହିଁ ଓ ନେପାଳ ଚୀନର ସମ୍ପର୍କକୁ ଗାନ ମାଧ୍ୟମ ବିଗାଡିବାକୁ ଚାହୁଁଚି l ନେପାଳର ବିଭିନ୍ନ ପତ୍ରକାର ସଂଗଠନ ଏହି ସନ୍ଦେହ ସ୍ପଦ ମୃତ୍ୟୁକୁ ନେଇ ଯାଞ୍ଚ କରିବାକୁ ଦାବି କରିଛନ୍ତି l ନେପାଳ ପୋଲିସ ଏହି ମୃତ୍ୟୁକୁ ଆତ୍ମହତ୍ୟା କିମ୍ବା ଦୃଘଟଣା ଦେଖାଇବା ପାଇଁ ଚେଷ୍ଟା କରୁଛି l କିନ୍ତୁ ପତ୍ରକାର ସଂଗଠନ ନେପାଳ ସରକାର ଓ ପୋଲିସ ପ୍ରଶାସନ ପାଖରେ ନିରପେକ୍ଷ ଯାଞ୍ଚର ଦାବି କରିଛନ୍ତି l

Ad2
Leave A Reply