Odisha news

ପୁର୍ବ ଓଡିଶା ଧନୁଯାତ୍ରା ମହୋତ୍ସବ ଉଦଘାଟିତ

0
ଡେଲାଙ୍ଗ-ଡେଲାଙ୍ଗ ବ୍ଲକ ଗୋଡିପୁଟମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ମାନପୁରଠାରେ ଅଷ୍ଟମ ବର୍ଷ ପୁର୍ବ ଓଡିଶା ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଉଛି।ଏହି ମହୋତ୍ସବ ୫ଦିନ ଧରି ଚାଲିବାକୁ ଥିବା ବେଳେ ବୁଧବାର ପ୍ରଥମ ଦିନରେ ମୁଖ୍ଯ ଅତିଥି ଭାବେ ପିପିଲି-ଡେଲାଙ୍ଗ ବିଧାୟକ ରୁଦ୍ରପ୍ରତାପ ମହାରଥି ଯୋଗଦେଇ ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦଘାଟନ କରିଥିଲେ।ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ମନମୋହନ ରାଉତରାୟଙ୍କ ସଭାପତିତ୍ବରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୃର୍ବାଶା ନିଶଙ୍କ, ଜିଲ୍ଲାପରିଷଦ ଧରଣୀଧର ସାହୁ,ଜିଲ୍ଲାପରିଷଦଙ୍କ ପ୍ରତିନିଧି ଦୀପକ ଛୋଟରାୟ, ପିପିଲି ଏନଏସି ଅଧ୍ୟକ୍ଷ ସେକ ବାବୁ,ପିପିଲି ଏନଏସି ଉପାଧ୍ୟକ୍ଷ ଭାଗ୍ଯବତୀ ମହାରଣା, ପୁର୍ବତନ ଜିଲ୍ଲାପରିଷଦ ତଥା ବିଧାୟକଙ୍କ ପ୍ରତିନିଧି ମଳୟ କୁମାର ମହାନ୍ତି ,ବରିଷ୍ଠ ଶିକ୍ଷକ ତାରେଶ୍ବର ସ୍ବାଇଁ,ଅନୁଷ୍ଠାନର ପ୍ରାକ୍ତନ ସଭାପତୀ ପଦ୍ମଚରଣ ପ୍ରଧାନ ଓ ଲକ୍ଷ୍ମୀଧର ବିଶ୍ବାଳ, ସମାଜସେବୀ ବିଶ୍ବଜିତ ଦାଶ,ସାମ୍ବାଦିକ ରାକେଶ ରୋଷନ ମହାନ୍ତୀ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଶୁଭକାମନାସୀ ଥିଲେ। ଲଲାଟେନ୍ଦୁ ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଦିବଙ୍ଗତ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଛି । ଅନୁଷ୍ଠାନର ସମ୍ପାଦକ ଅଶୋକ କୁମାର ମଙ୍ଗରାଜ ସମ୍ପାଦକୀୟ ବୀବରଣୀ ପାଠ କରିବା ସହିତ ଏହି ଅନୁଷ୍ଠାନକୁ ରାଜ୍ୟ ସରକାରଙ୍କ ବିଭାଗରେ ସ୍ଥାନ ଦେବା ପାଇଁ ବିଧାୟକ ଶ୍ରୀମହାରଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ମହୋତ୍ସବରେ କୃଷ୍ଣ ଙ୍କ ଜନ୍ମ ଠାରୁ କଂସ ମହାରାଜାଙ୍କ ବଧ ପର୍ଯ୍ଯନ୍ତ ଜଟଣୀ ଓ ଡେଲାଙ୍ଗ ବ୍ଲକର କଳାକାରଙ୍କ ଦ୍ବାରା ଧନୁଯାତ୍ରା ପରିବେଷଣ କରାଯାଉଛି। କଂସ ମହାରାଜାଙ୍କ ବେଶରେ ଅଭିମନ୍ୟୁ ପ୍ରଧାନ ଅଭିନୟ କରିଥିଲେ।
Leave A Reply