Odisha news

ହରିରାଜପୁର ମେଲଣ ପଡିଆରେ ୧୪୪ ଜାରି

0

ଡେଲାଙ୍ଗ -ଓଡିଶା ପ୍ରସିଦ୍ଧ ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ମେଳଣ ପଡିଆରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ମେଳଣ ପଡିଆ ଖାଲି କରିବାକୁ ଉଠା ଦେକାନୀ ମାନଙ୍କୁ କୁହାଯାଇଛି । କରୋନା ରୋଗ ବ୍ୟାପିବାରୁ ଜିଲ୍ଲା ପ୍ରଶାସନ ଏ ଭଲି ପଦକ୍ଷେପ ନେଇଛି । ୧୭ ତାରିଖରେ ଠାକୁରଙ୍କ ମେଳଣ ବା ହରିହର ଭେଟ ଦର୍ଶନ କରିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ନଜର କରି ମେଳଣ ପଡିଆରେ ୧୪୪ ଜାରି ପ୍ରଶାସନ ଜାରି କରିଛି ।

ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ନିଦେ୍ର୍ଦଶ କ୍ରମେ ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହିତ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଅଚାରିଆ ଓ ହରିରାଜପୁର ଫାଣ୍ଡି ଅଧିକାରୀଙ୍କ ସହିତ ମେଳଣ ପଡିଆରେ ପକାଇଥିବା ଅସ୍ଥାୟୀ ଦେକାନୀ ମାନଙ୍କୁ ତୁରନ୍ତ ଏଠାରୁ ଉଠି ଯିବା ପାଇଁ ନିବଦେନ କରିଛନ୍ତି । ୨ ପ୍ଳାଟୁନ ଫୋର୍ସ ରଖାଯାଇଛି । ମେଳଣ ପଡିଆକୁ ପ୍ରବେଶ ପଥ ସିଲ କରାଯାଇଛି । ତୁରନ୍ତ ମେଳଣ ପଡିଆ ଖାଲି କରାଯାଇଛି ।

ଠାକୁରଙ୍କ ନୀତିକାନ୍ତିରେ କୌଣସି ବ୍ୟାଘତ ସୃଷ୍ଟି ଯେପରି ନ ହୁଏ ସେ ଦିଗପ୍ରତି ପ୍ରଶାସନ ସଜାଗ ରହିଛି । ଅନ୍ୟ ପକ୍ଷେ ହରିରାଜପୁର ମେଳଣ କମିଟର ସଂଯୋଜକ ପ୍ରସନ୍ନ ମହାରଥୀ କହନ୍ତି ଇଛା ନଥିଲେ ମଧ୍ୟ କରୋନା ଭୟରେ ପ୍ରଶାସନକୁ ସହଯୋଗ କରିଛୁ ବୋଲି କହିଛନ୍ତି ।

Leave A Reply