Odisha news

“ଏନଟିପିସି” ଆଶପଣ୍ଡରୁ ଯୁବକର ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର : କ୍ଷତିପୂରଣ ଦାବିରେ ପାଞ୍ଚ ଘଣ୍ଟା ଧରି ଶବ ଅଟକ

0

କଣିହାଁ,୧୬/୫: ଏନଟିପିସି କଣିହାଁ ଆଶପଣ୍ଡରୁ ରୁଲୁ ସାହୁ (୩୫) ନାମକ ଜଣେ ସୁପରଭାଇଜର ଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରାଯାଇଛି l ରୁଲୁର ଘର କଣିହାଁ ଥାନା ବଡ଼କକୁଡ଼ିଆ ଗ୍ରାମରେ l  ରୁଲୁ ଏନଟିପିସିରୁ ଠିକ ନେଇଥିବା ସାମଲ କଂପାନୀରେ ସୁପରଭାଇଜର ଭାବରେ କାମ କରେ l ଶୁକ୍ରବାରଦିନ ରାତିରେ ରୁଲୁ ତାର ଭାଇ ବୁଲୁ ସାଙ୍ଗରେ ସାଥି ହୋଇ ଏନଟିପିସି ଆଶପଣ୍ଡକୁ କାମ କରିବା ପାଇଁ ଆସିଥିଲେ l ଆଶପଣ୍ଡରେ ମାଟି ବିଛା ଯାଉଥିବା ସ୍ଥାନରେ ରୁଲୁ ଡିଉଟି କରୁଥିଲା l

ରାତିରେ ବୁଲୁ ଅନ୍ୟ ଏକ ସାଇଡ଼ରୁ ଭାଇ ବୁଲୁର ମୋବାଇଲକୁ କଲ କରିଥଲା l ମାତ୍ର ତାର ମୋବାଇଲ ସୁଇଚ ଅଫ ଦେଖlଇବାରୁ ସନ୍ଦେହ ପ୍ରକଟ କରି ଡ୍ୟୁଟି ସ୍ଥାନକୁ ଆସି ଖୋଜିଥିଲେ l ଘଟଣା ସ୍ଥଳରେ ଭାଇର ଚପଲ ପଡିଥିବା ଓ ମାଂସ ଖଣ୍ଡ ପଡ଼ିଥିବାରୁ ଭାଇ ମେସିନ ଚାପରେ ମରିଥିବା ଜାଣି ପୋଲିସକୁ ଜଣାଇଥିଲା l ପରେ ଶନିବାର ସକାଳ ପ୍ରାୟ ୮ଘଟିକା ସମୟରେ ପୋଲିସ ଏକ ପକଲେନ ସାହାଯ୍ୟରେ ରୁଲୁର୍ସ ଖଣ୍ଡ ବିଖଣ୍ଡିତ ଶବକୁ ଉଦ୍ଧାର କରିଥିଲା l

କଂପାନୀର ମାଟି ସମାନ କରୁଥିବା ଏକ ମେସିନ ତାକୁ ଚାପି ଦେଇଥିବା  ଜଣାପଡ଼ିଥଲା l ପରେ କ୍ଷତିପୂରଣ ଦାବିରେ ଜନସାଧାରଣ ଅଡିବସିବା ସହ ଶବ ଛାଡି ନଥିଲେ l ଘଟଣା ସ୍ଥଳରେ ପାଳଲହଡା ବିଧାୟକ ମୁକେଶ କୁମାର ପାଳ ଓ ଅନ୍ୟାନ୍ୟ ସ୍ଥାନିୟ ପ୍ରତିନିଧି ଯୋଗଦେଇ କ୍ଷତିପୂରଣ ଓ ଚାକିରୀ ପାଇଁ ଅଡିବସିଥିଲେ l ଘଟଣା ସ୍ଥଳରେ କଣିହାଁ ତହସିଲଦାର,  ପୋଲିସ ପ୍ରଶlସନ, ଏନଟିପିସି ଅଧିକାରୀ, କଂପାନୀ କର୍ତ୍ତୃପକ୍ଷ ପହଂଚି ଏକ ଆଲୋଚନା ହୋଇଥିଲା l କ୍ଷତିପୂରଣ ବାବଦକୁ ୧୭ ଲକ୍ଷ ଓ ତାର ସ୍ତ୍ରୀକୁ ନିଉକ୍ତି ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନ ପ୍ରାୟ ସାଢ଼େ ୧ଘଟିକା ସମୟରେ ଶବ ବ୍ୟବଚ୍ଛେଦ ପାଇଁ ଛାଡି ଥିଲେ l

Leave A Reply