ନାଲୋକନଗର: ଅନୁଗୁଳ ଜିଲ୍ଲାର ୧୫ କରୋନା ପଜିଟିଭ ଚିହ୍ନଟ ହେବା ପରେ ମଧ୍ୟ ସାଧାରଣ ଜନତା କରୋନା ଭଳି ଭୟଙ୍କର ମହାମାରୀ ଠାରୁ ସୁରକ୍ଷିତ ରହିବା ପାଇଁ ସରକାରଙ୍କ ନୀତି ନିୟମକୁ ଲୋକ ମାନେ ବେଖାତିର କରି ଦେଉଛନ୍ତି । ଯାହା ଫଳରେ ନିରୀହ ଲୋକମାନେ ଏହି ମହାମାରୀ ରୋଗର ଶିକାର ହେବା ସମ୍ଭାବନାକୁ ଏଡାଇ ଦିଆନପାରେ ।
ଏହି ଅଚଂଳରେ ଥିବା ମାଛ ମାଂସ ଦୋକାନୀ ଗୁଡିକରେ ସାମାଜିକ ଦୂରତାକୁ ଭୁଲି ଲୋକମାନେ ଭିଡରେ କିଣାକିଣି କରୁଛନ୍ତି । ସରକାର କିଛି ଦୋକାନ ଖୋଲିବା ପାଇଁ ଅନୁମତି ଦେବାପରେ ରାସନ, ଲୁଗା ଓ ଡ୍ରେସ ଦୋକାନ ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଢ଼ାବା, ହୋଟେଲ ଓ ରେଷ୍ଟୁରାଟଂ ଗୁଡିକ କେବଳ ପାର୍ସଲ ଦେବା ପାଇଁ ନିୟମ ରହିଥିବା ବେଳେ ଲୋକ ମାନେ ଏଠାରେ ବସି ଖାଉଥିବାର ଦେଖିବାକୁ ମିଳୁଛି । ସାମାଜିକ ଦୂରତାକୁ ଖାତିର କରୁନାହାଁନ୍ତି ଉକ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ।
କୁଲାଡ ଗିରାଙ୍ଗ ବଳରାମପ୍ରସାଦ ଓ କାଣ୍ଡସର ପଚାଂୟତ ଗୁଡିକରେ ଅବସ୍ଥା ଏପରିକି ଲୋକ ମାନେ ବିଭିନ୍ନ ସ୍ଥାନରେ ମେଳି କରୁଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତା କିମ୍ବା ମାସ୍କ କେହି ପିନ୍ଧୁ ନଥିବା ଦେଖିବାକୁ ମିଳିଛି । ନାଲକୋନଗର ଆଦର୍ଶ ଥାନା ପୁଲିସ କେବଳ ୫୫ ନଂ ଜାତୀୟ ରାଜପଥ ଏଫ.ସି.ଆଇ ଛକଠାରେ ସକାଳ ୭ଟାରୁ ଦିନ ୧୧ ଘଟିକା ପର୍ଯ୍ୟନ୍ତ ରହି ଗୁଲିଖଟିରେ ବ୍ୟସ୍ତ କରୁଛନ୍ତି । ରାସ୍ତାରେ ବାଇକରେ ୨ ଜଣ ଓ କାର ଗୁଡିକରେ ୪/୫ ଜଣ ଯାଉଥିେ ଲସୁଦ୍ଧା ପୁଲିସ ଦେଖଣାହାରୀ ସାଜୁଛି । ଏଣୁ ସାଧାରଣ ଜନତା ମାସ୍କ ଓ ସାମାଜିକ ଦୂରତ୍ୱ ପ୍ରତି ସଚେତନ ହେବାର ସମୟ ଆସିଯାଇଛି ।