Odisha news

ପିକଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ

0

ଦଶପଲ୍ଲା ୩୦/୭  : ଦଶପଲ୍ଲା ଥାନା ଅନ୍ତର୍ଗତ ଦଶପଲ୍ଲା – ଭଞ୍ଜନଗର ୩୬ ନମ୍ବର ରାଜ୍ୟ ରାଜପଥ ର ପଙ୍କୁଆ ନିକଟରେ ଏକ ପିକଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ବାଉଁଶ ବୁଦା ମୂଳେ ପଡିରହିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ପିକପ୍ ଭ୍ୟାନ ଟି ଭଞ୍ଜନଗର ରୁ ବାହାରି ଆଠଗଡ଼ ଅଭିମୁଖେ ଯାଉଥିବା ବେଳେ ପଙ୍କୁଆ ନିକଟରେ ଥିବା ବୁଲାଣି ରାସ୍ତା କୁ ଅତିକ୍ରମ କରିବା ସମୟରେ ଅପର ପଟୁ ଏକ ବାଇକ୍ ଦ୍ରୁତ ଗତିରେ ମାଡ଼ି ଆସୁଥିବାର ଦେଖି ବାଇକ୍ ଚାଳକୁ ରାସ୍ତା ଛାଡିବାକୁ ଯାଇ ପିକଅପ୍ ଭ୍ୟାନ ର ଡ୍ରାଇଭର ନିୟନ୍ତ୍ରଣ ହରାଇ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ବାଉଁଶ ବୋଦା ମୂଳରେ ପଡିଥିବାର ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣା ରେ ଡ୍ରାଇଭର ସାମାନ୍ୟ ଆହତ ମଧ୍ୟ ହୋଇଥିଲେ।ପରେ ସ୍ଥାନୀୟ ଲୋକେ ଡ୍ରାଇଭର ଙ୍କୁ ଉଦ୍ଧାର କରିଥିଲେ

Nalco
Leave A Reply