Odisha news

ରଣପୁର ବ୍ଲକରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଙ୍କ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଓ ବିଭିନ୍ନ ଦଳୀୟ କାର୍ଯ୍ୟକର୍ମରେ ଯୋଗ ଦାନ

0

ରଣପୁର : କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ସ୍ଵାଧୀ ନିରଞ୍ଜନ ଜ୍ୟୋତି ଶନିବାର ଅପରାହ୍ନ ଚାରି ଘଂଟିକା ରେ  ରଣପୁର ଗ୍ରସ୍ଥ ରେ ଆସି   ରଣପୁର ବ୍ଲକ ପରିସରରେ ଥିବା ସଭା ଗୃହ ରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଯୋଗ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକ ରେ ଜିଲ୍ଲାପାଳ ପୁମା ଟୁଡୁ ଜିଲ୍ଲା ପକଳ୍ପ ଅଧିକାରୀ ବିଧାନ ଚନ୍ଦ୍ର ରାୟ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ରଣପୁର ବିଜେପି ବିଧାୟିକା ପ୍ରାଥୀନି ସୁରୁମା ପାଢ଼ୀ ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା ପ୍ରମୁଖ ଏହି ବୈଠକ ରେ ଉପସ୍ଥିତ ଥିଲେ ନୟାଗଡ ଜିଲ୍ଲା ରେ କେନ୍ଦ୍ରୀୟ ସମସ୍ତ  ଯୋଜନା ର ସମୀକ୍ଷା କରିବା ସହିତ ସେ ନେଇ ଜିଲ୍ଲାପାଳ ସହିତ ଆଲୋଚନ କରିଥିଲେ ପରେ ସଂନ୍ଧ୍ୟା ଛଅ ଘଂଟିକା ସମୟରେ ମା ମଣିନାଗ କଲ୍ୟାଣୀ ମଣ୍ଡପ ଠାରେ ବିଜେପି ଯୁବମୋର୍ଚ୍ଚା ର ଏକ ବୈଠକ ରେ ଯୋଗ ଦେଇ ଶତାଧିକ ଯୁବମୋର୍ଚ୍ଚା ର ସଦସ୍ୟ ଙ୍କୁ ଉଦବୋଧନ ଦେବା ସହ କେନ୍ଦ୍ର ସରକାର ଙ୍କ ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଓଡିଶା ପ୍ରତି ଅବଦାନ ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିବା ସହ ସାଂଧ୍ୟ ସାତ ଘଂଟିକା ସମୟରେ ଏକ ବୁଦ୍ଧି ଜୀବି ସମ୍ମୀଳନି ରେ ଯୋଗ ଦେଇ ସାନ୍ଧ୍ୟ ଆଠ ଘଂଟିକା ରଣପୁର ପ୍ରତ୍ୟାବର୍ତନ କରିଥିଲେ  ବାଲୁଗାଁ ନିକଟ ବଡକୁଳ ପନ୍ଥାନିବାସ ରାତ୍ରି ଯାପନ  ପାଈଁ କାର୍ଯ୍ୟକ୍ରମ ରେ ସୂଚନା ଥିବା ଜଣାପଡିଛି  ତେଵେ କେନ୍ଦ୍ର ମନ୍ତ୍ରୀ ଙ୍କ  ବ୍ଲକ ପରିସରରେ ଚାଲିଥିବା ସମୀକ୍ଷା ବୈଠକ ରେ ସାମ୍ବାଦିକ ଙ୍କୁ ବ୍ଲକ କତୃପକ୍ଷଙ୍କ ବାରଣ କୁ ନେଇ  ସାମ୍ବାଦିକ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି

Nalco
Leave A Reply