ଦଶପଲ୍ଲା୩୦/୩ : ନିର୍ବାଚନ ପୂର୍ବରୁ ବାଣୀଗୋଛା ଥାନା ଆଇ ଆଇ ସି ଲକ୍ଷ୍ମଣ ଦଣ୍ଡସେନା ମିଶନ ବନ୍ଧୁକ ମୁଡ ରେ ରହିଛନ୍ତି । ଗତ ତିନିମାସ ମଧ୍ୟରେ ବାଣୀଗୋଛା ପୋଲିସ ୮ଟି ବନ୍ଧୁକ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଦୁଇଦିନ ମଧ୍ୟରେ ପୋଲିସ ତିନୋଟି ବନ୍ଧୁକ ଜବତ କରିବା ସହ ଏଥିରେ ସମ୍ପୃକ୍ତ ତିନିଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୨୮ ତାରିଖ ରେ ପୋଲିସ ନେଡିପଦର ଗ୍ରାମରେ ଚଢ଼ାଉ କରି ସେହି ଗ୍ରାମର ବଶିଷ୍ଠ ବେହେରା ଓ ପ୍ରଦୀପ ବେହେରା ଙ୍କ ଘରୁ ଦୁଇଟି ବନ୍ଧୁକ ଜବତ କରିଥିବା ବେଳେ ଉଭୟ ଙ୍କୁ ଗିରଫ କରି ୨୯ ତାରିଖ ଦିନ କୋର୍ଟ ଚାଲାଣ କରିଥିଲେ । ସେହିପରି ୨୯ ତାରିଖ ଦିନ ପକ୍ଷ ପକ୍ଷରୁ ଚଢ଼ାଉ କରାଯାଇ ବନ୍ଦରସାହି ର ବୁଦ୍ଧିଆ ମଳିକ ଙ୍କ ଘରୁ ଏକ ବନ୍ଧୁକ ଜବତ କରିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ବୁଦ୍ଧିଆ କୁ ଗିରଫ କରି ୩୦ ତାରିଖ ରେ କୋର୍ଟ ଚାଲାଣ କରିଛି । ପୋଲିସ ର ଏହି ଚୋରା ବନ୍ଧୁକ ଧର ପଗଡ଼ କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।