ଦଶପଲ୍ଲା୧୭/୩ : ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଆରମ୍ଭ ହୋଇ ଯାଇଛି ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି । ନିର୍ବାଚନ କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିକଟରେ ରାସ୍ତାଘାଟରେ, ବିଭିନ୍ନ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଲାଗିଥିବା ହୁଡିଙ୍ଗ ଗୁଡିକୁ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷ ଭାବେ ୭୨ ଘଣ୍ଟା ମଧ୍ୟରେ ଏହି ସବୁ ରାଜନୈତିକ ହୁଡିଙ୍ଗ ଓ ପୋଷ୍ଟର ଗୁଡିକୁ ବାହାର କରିବା ପାଇଁ ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି । ଗତ କିଛି ଦିନ ତଳେ ବିଜେଡି ଦଳ ପକ୍ଷରୁ ଲଗାଯାଇଥିବା ହୁଡିଙ୍ଗ ଗୁଡିକୁ ଘୋଡାଇ ଦିଆଯାଇଛି । ଦୁଇଦିନ ମଧ୍ୟରେ ଦଶପଲ୍ଲା ଏନ ଏ ସି ମଧ୍ୟରେ ଲାଗିଥିବା ସମସ୍ତ ରାଜନୈତିକ ହୁଡିଙ୍ଗ,ପୋଷ୍ଟର ଓ ବ୍ୟାନର ଗୁଡିକୁ ହଟାଇ ଦିଆଯିବ ବୋଲି ଏନ ଏ ସି କାର୍ଯ୍ୟାଳୟ ରୁ ଜଣା ପଡ଼ିଛି ।