ଦଶପଲ୍ଲା ୨୫/୧୧ : ଶନି ବାରଦିନ ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ୫୭ ନଂ ଜାତୀୟ ରାଜପଥ ଉପରେ କାର ସହ ବାଇକ ମୁଁହାମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ରେ ବସିଥିବା ତିନି ଜଣ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତକ ଙ୍କ ନାଁ ଗୋକୁଳାନନ୍ଦ ନାଏକ, ଦୀପକ ମେଦୀନିରା ,ଓ ପରମେଶ୍ୱର ଯାନୀ (ସିତୁ)ବୋଲି ପୋଲିସ ସୂତ୍ରରୁ ଜଣା ପଡ଼ିଛି । ଗୋକୁଳାନନ୍ଦ ଙ୍କ ଘର ଦଶପଲ୍ଲା ଏନ ଏ ସି ସ୍ଥିତ ୮ନଂ ୱାର୍ଡ ପଟାମାଳ ଗ୍ରାମରେ ହୋଇଥିବା ବେଳେ ପରମେଶ୍ୱର ଙ୍କ ଘର ୨ନଂ ୱାର୍ଡ ତଂଳା ସାହି ଗ୍ରାମରେ ଓ ଦୀପକ ଙ୍କ ଘର ୧୬ ନଂ ୱାର୍ଡ ଖଣ୍ଡପଡା ଗ୍ରାମରେ ରେ । ସୂଚନା ଯୋଗ୍ୟ ଯେ ସିଜି୦୭ ବିପି ୨୯୭୧ ନମ୍ୱର୍ ଟାଟା ହେକ୍ସା କାରରେ ଏକପରିବାର ଛତିଶଗଡ଼ ରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଅପର ପାଶ୍ୱରୁ ଓଡ଼ି ୨୫ କେ ୬୪୩୮ ଆପାଚି ବାଇକରେ ଦୀପକ,ସିତୁ,ଗୋକୁଳ ନୟାଗଡ ରୁ ଘରକୁ ଫେରୁଥିବା ବେଳେ ସୁବଳୟା ଠାରେ ଏହି ଦୁର୍ଘଟଣା ଘଟିଥିଲା ଫଳରେ ଘଟଣା ସ୍ଥଳରେ ଦୀପକ ଓ ଗୋକୁଳ ର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ପରମେଶ୍ୱର ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନା ରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଓ ଦମକଳ ବାହିନୀ ପକ୍ଷରୁ ଏହି ଇଧାର କରାଯାଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଲୋକ ମାନଙ୍କ ଗହଳି ଲାଗି ରହିଥିବା ବେଳେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା । ଏହି ଘଟଣା ରେ ପୋଲିସ ଏକ ମାମଲା ରୁଜୁକରି ଉଭୟ ବାଇକ ଓ କାର କୁ ଜବତ କରିଥିବା ବେଳେ କାର ଡ୍ରାଇଭର ସୁରାଜ ବେସରମ କୁ ଗିରଫ କରି ଥାନା ରେ ଅଟକ ରଖି ପଚରା ଉଚରା କରୁଛି । ଡ୍ରାଇଭର ଘର ଛତିଶଗଡ କମରଧା ଅଂଚଳ ରେ ବୋଲି ପୋଲିସ ପକ୍ଷରୁ ଜଣାପଡିଛି । ପୋଲିସ ଶବ କୁ ଜବତ କରିବା ଶହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳ ରେ ଚର୍ଚ୍ଚାର ବିଷୟ ହୋଇଛି ।