Odisha news

ଚଳନ୍ତା ଟ୍ରେନରୁ ଖସିପଡିଲେ ଯୁବକ, ଦେବଦୁତ ସାଜି ଜୀବନ ବଞ୍ଚାଇଲେ ବିଦ୍ୟୁତ କର୍ମଚାରୀ ଜ୍ୟୋତିଲାଲ

0
ବେତନଟୀ :  ଚଳନ୍ତା ଟ୍ରେନରୁ ଖସିପଡୁଥିବା ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଲେ ବେତନଟୀ ଅଞ୍ଚଳର ଉଦୀୟମାନ ଯୁବକ ଜ୍ୟୋତିଲାଲ ବିଶ୍ୱାଳ l ଟ୍ରେନରୁ ଯାତ୍ରୀ ଜଣକ ଖସିପଡିବା ପରେ ରେଳଧାରଣା ମଧ୍ୟକୁ ପଶି ଯାଉଥିବା ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇ ଦେଇଛନ୍ତି ଏହି ଯୁବକ l ବେତନଟୀ ରେଳ ଷ୍ଟେସନରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି l ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ହେଲେ ବାରିପଦା ବାଇଗଣବାଡିଆ ଅଞ୍ଚଳର ୩୨ ବର୍ଷୀୟ ଗୁରୁଚରଣ ସିଂ l ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ୫ଟା ସମୟରେ ବେତନଟୀ ରେଳଷ୍ଟେସନ ପ୍ଳାର୍ଟଫର୍ମରେ ଆସି ପହଞ୍ଚିଥିଲା ପହଞ୍ଚିଥିଲା ଭଞ୍ଜପୁର-ପୁରୀ ଟ୍ରେନ । ସେହି ଟ୍ରେନରେ ନିଜ ପତ୍ନୀଙ୍କ ସହିତ  ପୁରୀରୁ ଟିକେଟ କରି ନିଜ ଗ୍ରାମକୁ ଫେରୁଥିଲେ ବାରିପଦା ର ବାଇଗଣବାଡିଆ ଅଞ୍ଚଳ ର ୩୨ବର୍ଷୀୟ ଯୁବକ ଗୁରୁଚରଣ ସିଂ l  ବେତନଟୀ ଷ୍ଟେସନରେ ଟ୍ରେନରୁ ଓହ୍ଲାଇ  ପାଣି ଆଣିବାକୁ ଯାଇଥିଲେ ଓ ପୁଣି ଟ୍ରେନ ଛାଡିବାରୁ ଟ୍ରେନକୁ ଚଢି ଆସି ଗେଟ ପାଖରେ ଛିଡା ହୋଇଥିଲେ l ହେଲେ ତାଙ୍କ ସ୍ତ୍ରୀଙ୍କ କହିବାନୁଯାଇ ହଠାତ୍ ତାଙ୍କ ମଥା ବୁଲାଇଦେବାରୁ ସେ ଟ୍ରେନରୁ ଖସି ପଡ଼ିଥିଲେ ଓ ସେତେବେଳକୁ ଟ୍ରେନ ପ୍ଲାଟଫର୍ମରୁ ଛାଡ଼ିବା ଆରମ୍ଭ କରିଦେଇଥିଲା l ଏହି ସମୟରେ ପ୍ଳାର୍ଟଫର୍ମରେ ମର୍ଣ୍ଣିଙ୍ଗ ୱାକ କରୁଥିବା ସ୍ଥାନୀୟ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା  ଜ୍ୟୋତିଲାଲ ଟ୍ରାକ ମଧ୍ୟକୁ ଯୁବକ ଜଣଙ୍କ ପଶି ଯାଉଥିବା ଦେଖି ପ୍ରଥମେ ଟ୍ରେନକୁ ଛିଡା କରାଇଥିଲେ ଓ ଗୁରୁତର ଆହତ ଗୁରୁଚରଣଙ୍କୁ ଉଦ୍ଧାର କରିଥିଲେ। ଏଥିରେ ସେ ନିଜେ ମଧ୍ୟ ଆହତ ହୋଇଥିବା ଜଣାପଡିଛି l ତଥାପି ଜ୍ୟୋତିଲାଲ ଓ ସ୍ଥାନୀୟ ଲୋକ ମିଶି ଟ୍ରେନରୁ ଖସି ପଡ଼ିଥିବା ଗୁରୁତର ଆହତ ଯୁବକକୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ l ଏହି ଘଟଣାର କିଛି ସମୟ ପରେ ଟ୍ରେନ ସ୍ବଭାବିକ ଯାତାୟତ କରିଥିଲା । ଜ୍ୟୋତିଲାଲ ଙ୍କ ଏହି ଭଳି ଦୁଃସାହାସିକ କାର୍ଯ୍ୟ ପାଇଁ ସର୍ବସାଧାରଣରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।
Govt
Leave A Reply