ଦଶପଲ୍ଲା ୩/୮: ଦଶପଲ୍ଲା ବ୍ଳକ ସିମିଳୀଶାହି ଗ୍ରାମର ଜଣେ ଚାଷୀ ପୋଖରୀରେ ବୁଡି ମୃତ୍ୟୁ ହୋଇଛି | ମୃତ ଚାଷୀ ଙ୍କ ନାମ ବୁଦ୍ଧିଆ ପ୍ରଧାନଙ୍କ ପୁଅ ମାଟିଆ ପ୍ରଧାନ( ୪୨) ବର୍ଷ ବୋଲି ଜଣା ପଡିଛି l ମାଟିଆ ବିଲରେ କାମ ସାରି ଘରକୁ ଫେରୁଥିବା ବେଳେ ବାଟରେ ପଡୁଥିବା ପୋଖରୀରେ ଗାଧୋଇଥିଲେ ଏହି ସମୟ ରେ ପୋଖରୀ ରେ ଗୋଡ ଖସି ଯିବାରୁ ସେ ପୋଖରୀରେ ବୁଡି ଯାଇଥିଲେ । ପରେ ତାଙ୍କୁ ଉଧାର କରାଯାଇ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
