Odisha news

ନିଖୋଜ ଦଣ୍ଡୁଆ ବିଜୟର ଝୁଲନ୍ତା ଶବ ଉଦ୍ଧାର

0

ଦଶପଲ୍ଲା ୯/୪  : ଗତ ପାଞ୍ଚଦିନ ଧରି ନିଖୋଜ ଥିବା ଦଣ୍ଡୁଆ ବିଜୟର ଝୁଲନ୍ତା ଶବ ଠାବ କରାଯାଇଛି। ଘୁଗୁଡିପଡା ନିକଟସ୍ଥ ଝିଟିକା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ବିଜୟ ର ଶବକୁ ଠାବ କରାଯାଇଛି। ବିଜୟର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାକୁ ବଳି ପାଇଁ ହତ୍ୟା କରା ଯାଇଥିବା ପରିବାର ତରଫରୁ ସନ୍ଦେହ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ ଦଶପଲ୍ଲା ଏନ୍ ଏ ସି ସ୍ଥିତ ୱାର୍ଡ ନମ୍ୱର୍ ୧୨ କୃଷ୍ଣ ଚନ୍ଦ୍ରପୁର ପାଟଣା ଭୋଇ ସାହିର କୃଷ୍ଣ ନାହାକ ଙ୍କ ପୁଅ ବିଜୟ ନାହାକ ଗାଁ ଦଣ୍ଡ ରେ ଦଣ୍ଡୁଆ ହୋଇ ପରଭା ନାଚ କରୁଥିଲେ। ଗତ ୫ ତାରିଖ ରେ ଗାଁ ଠାକୁର ଙ୍କ ସହ ଘୁଗୁଡ଼ିପଡ଼ା ଗ୍ରାମର ଦିନ ବନ୍ଧୁ ସାହୁ ଙ୍କ ଘରକୁ ଠାକୁର ଯାଇଥିବା ବେଳେ ବିଜୟ ପାରଭା ନୃତ୍ୟ କରିଥିଲେ । ପରଭା ନୃତ୍ୟ ପରେ ବିଜୟ ଶୌଚ ହେବାକୁ ଦୁଇଜଣ ଦଣ୍ଡୁଆ ସହ ନିକଟସ୍ଥ ବୃତଙ୍ଗ ନଦୀକୁ ଯାଇଥିବା ବେଳେ ନିଖୋଜ ହୋଇ ଯାଇଥିଲେ । ଏହାକୁ ନେଇ ଉଭୟ ଗ୍ରାମର ଗ୍ରାମବାସୀ ଙ୍କ ମଧ୍ୟରେ ଛକା ପଞ୍ଛା ଲାଗିରହିଥିବା ବେଳେ ରବିବାର ଦିନ କୃଷ୍ଣ ଚନ୍ଦ୍ର ପୁର ପାଟଣା ର ଦଣ୍ଡ ଠାକୁରଙ୍କୁ ଧରି ଦଣ୍ଡୁଆ ମନେ ଘୁଗୁଡିପଡା ଆନନ୍ଦେ ସ୍ୱର ମହାଦେବ ଠାକୁରଙ୍କ ନିକଟରେ ପହଞ୍ଚି ଥିଲେ। ସେଠାରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଇଥିବା ବେଳେ ଏଥିରେ କୌଣସି ସୁଫଳ ମିଳି ନଥିଲା । ପରେ ପରେ କୃଷ୍ଣଚନ୍ଦ୍ରପୁର ପାଟଣା ର ପ୍ରାୟ ଦୁଇଶହ ଲୋକ ବିଜୟଙ୍କ ପରିବାର ସହ ଘୁଗୁଡିପଡା ଗ୍ରାମ ରେ ପହଁଞ୍ଚି ଖୋଜାଖୋଜି କରିଥିବା ବେଳେ ଅପରାହ୍ନ ସମୟରେ ବିଜୟର ଝୁଲନ୍ତା ଶବ କୁ ନିକଟସ୍ଥ ଝିଟିକା ଜଙ୍ଗଲ ରେ ଠାବ କରାଯାଇଥିଲା । ଏହା ପରେ ପରିବାର ଲୋକ ଉତ୍ୟକ୍ତ ହୋଇ ଦଣ୍ଡ ଠାକୁରଙ୍କୁ ନେଇଥିବା ଦୀନବନ୍ଧୁ ସାହୁଙ୍କ ଘରେ ପଶି ତାଙ୍କ ଗାଡି ଭାଙ୍ଗି ଦୋକାନ କ୍ୟାବିନ କୁ ଓଲଟାଇ ଦେଇଥିଲେ। ଦୀର୍ଘ ସମୟ ଧରି ଘୁଗୁଡିପଡା ଗ୍ରାମରେ ଏକ ଭୟାଳୁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାରେ ପୋଲିସ ଗୁଣିଆ ସନ୍ଦେହ ରେ ବସନ୍ତ ପୁର ଗ୍ରାମର ବସନ୍ତ ନାୟକ ଓ ଆଲପଙ୍ଗା ଗ୍ରାମର ଗୁଣ୍ଡୁରୀ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଥାନା ରେ ଅଟକ ରଖି ପଚରାଉଚରା କରୁଛି । ଖବର ଲେଖା ଯିବା ସୁଦ୍ଧା ଦଣ୍ଡୁଆ ମନେ ଦଣ୍ତ ଠାକୁରଙ୍କୁ ଧରି ଆନନ୍ଦେସ୍ୱର ମନ୍ଦିରରେ ବସିରହିଥବା ବେଳେ ପୋଲିସ ଉପସ୍ଥିତି ରେ ବିଜୟ ଙ୍କ ପରିବାର ଓ ଘୁଗୁଡିପଡା ଗ୍ରାମ ବାସୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଏହି ଘଟଣା ରେ ପୋଲିସ ଶବ କୁ ଜବତ କରି ତଦନ୍ତ ଜାରି ରଖିଛି

Govt
Leave A Reply