ଦଶପଲ୍ଲା ୯/୪ : ରବିବାର ଦିନ ଦଶପଲ୍ଲା ର ପ୍ରଗତି ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଦଶପଲ୍ଲା ର ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ମହାବୀର ଙ୍କ ଠାରୁ ଆରମ୍ଭ କରାଯାଇ ଦଶପଲ୍ଲା ର ତ୍ରିନାଥ ଛକ ପର୍ଯ୍ୟନ୍ତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଦଶପଲ୍ଲା ର ତହସିଲଦାର ଶ୍ରୀ ଯୁକ୍ତ ଶ୍ରୀକୁମାର ରଥ ଶୁଭାରମ୍ଭ କରିଥିଲେ। ଦଶପଲ୍ଲା ର ପୋଲିସ ବାହିନୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ପ୍ରଗତି ସ୍ଵୟଂ ସହାୟକ ଗୋଷ୍ଠୀ ର ଡ୍ରେସ୍,ଟୋପି ପିନ୍ଧି ଗଣେଶ ବଜାର, ମେଡିକାଲ ଛକ, ବ୍ଲକ ଛକ ଓ ତ୍ରିନାଥ ବଜାର ଛକ ମାନଙ୍କରେ ସଡ଼କ ସୁରକ୍ଷା ସଚେତନତା କରାଯାଇଥିଲା। ସଡ଼କ ସୁରକ୍ଷା ସଚେତନତା ଉପରେ ପ୍ରଚାର ପତ୍ର ବଣ୍ଟନ, ଚକୋଲେଟ ବଣ୍ଟନ କରାଯାଇଥିଲା। ବିଭିନ୍ନ ପ୍ରକାରର ସଡ଼କ ସୁରକ୍ଷା ଉପରେ ପ୍ଲାକାର୍ଡ ଧରି ହେଲମେଟ ପିନ୍ଧି ମଟରସାଇକେଲ ରାଲି କରାଯାଇଥିଲା। କାଉନସିଲର ଶ୍ରୀ ସନୋଜ କୁମାର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ। ଅନୁଷ୍ଠାନ ର ଶ୍ରୀ ନିଶାମଣି ପଟ୍ଟନାୟକ, ଦିନେଶ ଚନ୍ଦ୍ର ଦାସ, ନାରାୟଣ ସାହୁ,ଶୁସାନ୍ତ କୁମାର ସ୍ବାଇଁ,ସମିର କୁମାର ପଟ୍ଟନାୟକ,ବୈକୁଣ୍ଠ ନାଥ ମିଶ୍ର, ଅଶୋକ କୁମାର ପଟ୍ଟନାୟକ, ନରସିଂହ ସାହୁ,ପଦ୍ମ ଚରଣ ପାତ୍ର, ପ୍ରମୋଦ କୁମାର ରଣା ,ଅଜୟ କୁମାର ପୃଷ୍ଟି, ଗୋବିନ୍ଦ ମହାରଣା,ସନ୍ତୋଷ କୁମାର ସାହୁ, ଜଗନ୍ନାଥ ବେହେରା,ଶୁରେଷ ଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ବେହେରା, ପଙ୍କଜ କୁମାର ସାହୁ ,କୃଷ୍ଣ ଚନ୍ଦ୍ର ସାହୁସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟ କ୍ରମ କରିଥିଲେ।