ଦଶପଲ୍ଲା୧/୪ : ୧୮୦୨ ମସିହାରୁ ଆରମ୍ଭ ହୋଇଥିବା ଦଶପଲ୍ଲା ର ଐତିହାସିକ ଲଙ୍କାପୋଡି ଯାତ୍ରା ୨୨୧ ବର୍ଷ ରେ ପଦାର୍ପଣ କରିଛି । ଓଡ଼ିଶାର ସର୍ବ ପ୍ରଥମ ଖୋଲା ରଙ୍ଗମଞ୍ଚ ରେ ଅନୁଷ୍ଠିତ ଏହି ରାମଲୀଳା ନାଟକ ଚଳିତ ବର୍ଷ ତୃତୀୟ ଦିବସ ରେ ପହଞ୍ଚିଛି । ଦ୍ୱିତୀୟ ଦିବସ ରେ ବର୍ଷା ପବନ ପାଇଁ ରାମଲୀଳା ନାଟକ୍ ବନ୍ଦ ଥିବା ବେଳେ ତୃତୀୟ ଦିବସରେ ଯାଗ ରକ୍ଷା ,ତାଡ଼କା ବଦ୍ଧ, ଶିବଧନୁ ଭଗ୍ନ,ଶ୍ରୀରାମ ବିବାହ ଓ ପର୍ଶୁରାମ ଭେଟ ନାଟକ ମୁଖ୍ୟ ମଞ୍ଚ ରେ ଅନୁଷ୍ଠିତ ହୋଇଥିଲା । ସିଦ୍ଧବନ ରେ ଋଷି ମାନଙ୍କ ଯାଗ ରକ୍ଷା ସମୟ ରେ ତାଡକା ଆସୁରି ଓ ତାର ଦୁଇ ପୁତ୍ର ସୁବାହୁ ଓ ମାରୀଚ ର ଅତ୍ୟାଚାର ରେ ଋଷି ମାନେ ଅସହ୍ୟ ହୋଇ ପଡ଼ିଥିଲେ । ଏହି ସମୟ ରେ ଦଶରଥ ଙ୍କ ପୁତ୍ର ଶ୍ରୀ ରାମ ଓ ଲକ୍ଷ୍ମଣ ଅସୁର ଙ୍କ ଆତ୍ୟା ଚାର ରୁ ରକ୍ଷା କରି ପାରିବେ ବୋଲି ଶୁନ୍ୟ ବାଣୀ ହେବା ପରେ ମହର୍ଷି ବିଶ୍ଵାମିତ୍ର ଅଯୋଧ୍ୟାରେ ପହଞ୍ଚି ଦଶରଥ ଙ୍କୁ ସବୁକଥା ଜଣାନ୍ତି । ଏହା ଶୁଣି ଦଶରଥ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ଙ୍କୁ ବିଶ୍ଵାମିତ୍ର ଙ୍କ ସହ ସିଦ୍ଧବନ କୁ ପଠାନ୍ତି ଏବଂ ସେଠାରେ ଶ୍ରୀରାମ ଶୁବାହୁ ଓ ତାଡକାକୁ ବଦ୍ଧ କରନ୍ତି ଓ ଋଷି ଯଜ୍ଞ ଶେଷ ହୁଏ ଏବଂ ଋଷି ବିଶ୍ଵାମିତ୍ର ଶ୍ରୀରାମ ଓ ଲକ୍ଷ୍ମଣ ଙ୍କୁ ଦିବ୍ୟାସ୍ତ୍ର ପ୍ରଦାନ କରନ୍ତି । ଏହା ପରେ ବିଶ୍ଵାମିତ୍ର ଋଷି ଙ୍କ ସହ ଶ୍ରୀ ରାମ ଓ ଲକ୍ଷ୍ମଣ ଗଙ୍ଗା ନଦୀ ପାର ହୋଇ ମିଥିଳା ଯିବା ବାଟରେ ଅଭିଶପ୍ତ ପାସାଣି ଅହଲ୍ୟା ଙ୍କୁ ଶ୍ରୀରାମ ପଦ ସ୍ପର୍ଶ କରିବା ପରେ ଅହଲ୍ୟା ତାଙ୍କ ପୂର୍ବ ରୂପକୁ ଫେରି ଶ୍ରୀରାମ ଙ୍କୁ ଦର୍ଶନ କରନ୍ତି ପରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ଙ୍କୁ ଧରି ବିଶ୍ଵାମିତ୍ର ମିଥିଳା ରାଜ ପ୍ରସାଦ ରେ ପ୍ରବେଶ କରନ୍ତି । ମିଥିଳା ରାଜା ଜନକ , ସୀତା ଙ୍କ ବିବାହ ପାଇଁ ଶିବ ଧନୁ ଭଗ୍ନ ର ଆୟୋଜିତ କରିଥିବା ବେଳେ ପ୍ରଭୁ ଶ୍ରୀ ରାମ ଶିବଧନୁ ଭଗ୍ନ କରି ଉପସ୍ଥିତ ରାଜା ମହାରାଜା ଙ୍କୁ ଅଶ୍ଚର୍ଯ୍ୟାନ୍ଵିତ କରନ୍ତି । ଏଥିରେ ରାଜା ଜନକ ଆନନ୍ଦିତ ହୋଇ ଅଯୋଧ୍ୟା କୁ ଦୂତ ପ୍ରେରଣ କରନ୍ତି ଓ ରାଜା ଦଶରଥ ଆପଣା ର ସମସ୍ତ ପୁତ୍ର ଓ ପରିଷଦ ବର୍ଗ ଙ୍କ ସହିତ ମିଥିଳା ଗମନ କରନ୍ତି । ସେଠାରେ ଶ୍ରୀରାମ ,ଲକ୍ଷ୍ମଣ, ଭାରତ, ଶତ୍ରୁଘ୍ନ, ଚାରି ଭାଇ ଙ୍କ ବିବାହ ସୀତା,ଉର୍ମିଳା, ମାଳିନୀ, ସୁକିର୍ତି ଆଦି ଚାରି ଭଉଣୀ ଙ୍କ ସହ ବିବାହ ଅନୁଷ୍ଠିତ ହୁଏ । ପରେ ରାଜା ଦଶରଥ ପୁତ୍ର ଓ ପୁତ୍ର ବଧୂ ଙ୍କୁ ଧରି ବିରବାଦ୍ୟ କରି ଅଯୋଧ୍ୟା ପ୍ରତ୍ୟାଗମନ ବେଳେ ପର୍ଶୁରାମ ପଥ ରୋଧ କରି ରାମଚନ୍ଦ୍ର ଓ ଦଶରଥ ଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହୁଅନ୍ତି । ମାତ୍ର ରାମଚନ୍ଦ୍ର ଙ୍କ ମଧୁର କଥାରେ ପର୍ଶୁରାମ ଆଶ୍ଚର୍ଯ୍ୟ ହୋଇ ବୈଷ୍ଟବା ଧନୁରେ ଗୁଣ ଦେଇ ପରୀକ୍ଷା ଦେବାକୁ ପ୍ରଭୁ ଶ୍ରୀରାମ ଙ୍କୁ କୁହନ୍ତି, ପରେ ପ୍ରଭୁ ଶ୍ରୀରାମ ଙ୍କୁ ବିଷ୍ଣୁ ଜାଣିପାରି ନିଜ ଧନୁକୁ ଶ୍ରୀରାମ ଙ୍କୁ ଦେଇ ପର୍ଶୁରାମ ତପସ୍ୟା କରିବାକୁ ଚାଲି ଯାଆନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ନାଟ୍ୟ ମଞ୍ଚ ନିକଟରେ ବହୁ ଜନସମାଗମ ହୋଇଥିବା ବେଳେ ତାଡକା ବଦ୍ଧ, ବିବାହ ମଣ୍ଡପ ରେ ସୀତା ବିବାହ ଓ ପର୍ଶୁରାମ ଭେଟ ବେଶ୍ ଚିତ୍ତାକର୍ଷକ ହୋଇଥିଲା
