Odisha news

ବ୍ଳକ ଦୁର୍ନୀତିକୁ ନେଇ ବଡଚଣାରେ ବିଚିତ୍ର ସ୍ଥିତି: ଦୁଇ ପିଇଓଙ୍କ ନିଲମ୍ବନ ପରେ ରାଜନିତୀ ତେଜୁଛି,ବିରୋଧୀଙ୍କ ପରେ ଶାସକ ଦଳ ପକ୍ଷରୁ ବ୍ଳକରେ ଧାରଣା

0
ଚଣ୍ଡିଖୋଲ: ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଏବେ ଦୁର୍ନୀତିରେ ଉବୁଟୁବୁ ହୋଇଛି! ଏହି ଅଭିଯୋଗ କରି ପୂର୍ବରୁ ବିରୋଧୀ ବିଜେପି ଓ କଗ୍ରେସ ଦଳ ବ୍ଳକରେ ଧାରଣା ଓ ବିକ୍ଷୋଭ କରି ଆସୁଥିଲା ବେଳେ ଏବେ ଖୋଦ ଶାସକ ବିଜେଡି ପକ୍ଷରୁ ସମାନ ଅଭିଯୋଗ କରାଯାଇ ବ୍ଳକ କାର୍ଯ୍ୟାଳୟରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ଘଟଣା ଆଲୋଚନାର ବିଷୟ ହୋଇଛି! ଦୁର୍ନୀତିରେ ସପୃକ୍ତ ବ୍ଳକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ଏବଂ ସପୃକ୍ତ ଲୋକପ୍ରତିନିଧି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ବ୍ଳକରେ ଆନ୍ଦୋଳନ କରାଯିବା ଙଟଣାକୁ ନେଇ ଏବେ ରାଜନୀତି ସରଗରମ ହେଉଥିବା ଦେଖାଯାଇଛି! ଗତ କିଛିଦିନ ପୂର୍ବରୁ ବଡଚଣା ବ୍ଳକରେ ଆବାସ ଯୋଜନା, ମାର୍କେଟ କମ୍ପଲେକ୍ସ ଆବଣ୍ଟନ,ଭେଣ୍ଡିଆଙ୍କୁ ଭତ୍ତା ପ୍ରଦାନ ,କମ୍ପୁଟର କ୍ରୟ,,ରାସନ ସାମଗ୍ରୀ ଆତ୍ମସାତ ଠାରୁ ଆରମ୍ଭକରି ଅଚଳ ଗାଡିକୁ ସଚଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯିବା ପରି ଦୁର୍ନୀତିକୁ ନେଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଚାଲିଛି!
ଯାହାକୁ ନେଇ ରାଜ୍ୟସାରା ଚର୍ଚ୍ଚା ଚାଲିଥିଲା ବେଳେ ଏବେ ପଞ୍ଚାୟତର ବିକାଶ ତଥା ଗରିବ ଜନସାଧାରଣଙ୍କ କଲ୍ୟାଣ ପାଇଁ ଉଦିଷ୍ଟ ସରକାରୀ ଅର୍ଥକୁ କାରସାଦୀ କରି ପଞ୍ଚାୟତ ଜମାଖାତାରୁ କେତେକ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ ) ଏବଂ ଜିପିଓ ପ୍ରମୁଖ ମିଳିମିଶି ଉଠାଇ ନେବା ଘଟଣା ଲୋକଲୋଚନକୁ ଆସିଛି! ଏପରି ସଙ୍ଗିନ ଅଭିଯୋଗ ମିଳିବାପରେ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇ ବ୍ଳକର ମଝିପଡା ପିଇଓ ପ୍ରଶାନ୍ତ ଜେନା ଓ କୋଲଣଗିରି ପିଇଓ ସଞ୍ଜିତ କରଙ୍କୁ ନିଲମ୍ବନ କରାଯାଇଛି! ନିଲମ୍ବିତ ପିଇଓ ପ୍ରଶାନ୍ତ ଜେନା ମଝିପଡା,ବରପଦା ଓ ଗୋପାଳପୁର ପଞ୍ଚାୟତ ଦାୟିତ୍ବରେ ଥିବାବେଳେ ସଞ୍ଜିତ କର କୋଲଣଗିରି,ଅଣକା ଓ ଭରତପୁର ପଞ୍ଚାୟତ ଦାୟିତ୍ୱରେ ଥିଲେ! ପିଇଓ ପ୍ରଶାନ୍ତ ଜେନା ପାନୀୟଜଳ ଯୋଗାଣ ପାଇଁ ସରକାରୀ ତହବିଲରୁ ସରପଞ୍ଚଙ୍କ ଅଗୋଚରରେ ୮ ଲକ୍ଷରୁ ଅଧିକ ଟଙ୍କା ଉଠାଇନେଇ ତାହାକୁ କୌଣସି କାମରେ ନଲଗାଇ ଆତ୍ମସାତ ଯୋଜନା କରିଥିଲେ!ଯାହାକୁନେଇ ମଝିପଡା ସରପଞ୍ଚଙ୍କ ଅଭିଯୋଗ କ୍ରମେ ତାଙ୍କର ଏହି ଦୁର୍ନୀତି ଧରାପଡିଥିଲା! ଫଳରେ ସେ ତରବରିଆ ଭାବେ ମଝିପଡା ପଞ୍ଚାୟତ ତହବିଲରୁ ଉଠାଇ ନେଇଥିବା ଟଙ୍କା ପୁନର୍ବାର ଡିପୋଜିଟ କରିଥିଲେ!
ହେଲେ ତାଙ୍କ ଅଧିନରେ ଥିବା ଅନ୍ୟାନ୍ୟ ପଞ୍ଚାୟତରେ ହୋଇଥିବା ଅର୍ଥ ହେରାଫେରୀ ଧରାପଡିଗଲେ ମଧ୍ୟ ତାହା ତଦନ୍ତାଧିନ ଳହିଛି! ଏହି ପରିପେଖିରେ ତାଙ୍କ ବିରୋଧରେ ବାଲିଚନ୍ଦ୍ରପୁର ଥାନାରେ ଏତଲା ପଞ୍ଜିକୃତ ହୋଇଛି ଓ ପୋଲିସ ତଦନ୍ତକୁ ତନାଘନା କରୁଛି!ପୋଲିସ ଧରିବା ପାଇଁ ତାଙ୍କ ଘରେ ବାରମ୍ବାର ଚଢାଉ କରୁଥିଲେ ମଧ୍ୟ ସେ ଫେରାର ଥିବା ଜଣାପଡିଛି! ହେଲେ ନିଲମ୍ବିତ ପିଇଓ ସଞ୍ଜିତ କରଙ୍କ ଦାୟିତ୍ୱରେ ଥିବା ପଞ୍ଚାୟତ ଗୁଡିକର ଦୁର୍ନୀତି ନେଇ ବ୍ଳକ କତୃପକ୍ଷ ତଦନ୍ତକୁ ତ୍ୱରାନ୍ୱିତ କରୁନଥିବା ଦେଖାଯାଉଛି! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କି ପୀଇଓ ଏବଂ ସରପଞ୍ଚ ମାନଙ୍କ କାର୍ଯ୍ୟଧାରା ନେଇ ପ୍ରତି ତିନିମାସ ଅନ୍ତରରେ ଜିପିଓ ପଞ୍ଚାୟତର ନଥିପତ୍ର ଯାଞ୍ଚ ରିବାକୁ ସରକାରୀ ନିୟମ ରହିଥିଲେ ମଧ୍ୟ ତାହା ହେଉନଥିବାରୁ ପଞ୍ଚାୟତରେ ଦୁର୍ନୀତି ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି!
ଏହାକୁ ନେଇ ବିରୋଧୀ କଗ୍ରେସ ଗତ ମାସରେ ବ୍ଳକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବେଳେ ବଡଚଣା ମଣ୍ଡଳ ବିଜେପି ପକ୍ଷରୁ ମଧ୍ୟ ବ୍ଳକ ଦୁର୍ନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବଡଚଣା ବ୍ଳକରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା! ଏହାପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ଥିଲାବେଳେ ବୁଧବାର ଦିନ ହଠାତ ଶାସକ ଦଳ ବିଜେଡି ପକ୍ଷରୁ ସମାନ ପ୍ରସଙ୍ଗ ସହ ୪ଟି ପଞ୍ଚାୟତରେ ଚାଲିଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଳକ କାର୍ଯ୍ୟାଳୟରେ ଧାରଣା ଦିଆଯିବା ଘଟଣା ବିଚିତ୍ର ଅବସ୍ଥା ସୃଷ୍ଟି କରିଛି! ସାଧାରଣତ ବିରୋଧୀ ମାନେହିଁ ଶାସକ ଓ ପ୍ରଶାସକ ମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରି ତଦନ୍ତ ଦାବି କରିଥାନ୍ତି ହେଲେ ଏଠାରେ ବିରୋଧୀଙ୍କ ସହ ସ୍ୱର ମିଶାଇ ଶାସକ ଦଳ ସମାନ ପ୍ରସଙ୍ଗରେ ବ୍ଳକ ପରିସରରେ ଆନ୍ଦୋଳନ କରିବା ଘଟଣା ରାଜନୈତକ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି
Nalco
Leave A Reply