ଦଶପଲ୍ଲା ୧୧/୩ : ତିନି ଦଫା ଦାବି ନେଇ ବାର ମ୍ୱାର ଆନ୍ଦୋଳନ କୁ ଓହ୍ଲାଈ ଥିବା ପ୍ରାଥମିକ ଶିକ୍ଷକ ସଂଘ ଦାବି ପୂରଣ ନ ହେବାରୁ ପୁଣି ରାଜରାସ୍ତାକୁ ଓହ୍ଲାଇଛି ପ୍ରାଥମିକ ଶିକ୍ଷକ ସଂଘ । ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ଆହ୍ଵାନ କ୍ରମେ ତିନି ଦାଫା ଦାବି ନେଇ ନୂତନ ପେନସନ ଯୋଜନା ଭୂକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ବିଭାଗ ସଚିବ, ୫ଟି ସଚିବ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ବିଇଓ ଙ୍କ ଅନୁପସ୍ଥିତି ରେ ଏବିଇଓ ଶ୍ୟାମ ସୁନ୍ଦର ଜାନି ଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ କରି ବକେୟା ଥିବା ଅର୍ଥ ରାଶି କୁ ଛଅଟି ଇନକ୍ରୀମେଣ୍ଟ ରେ ପ୍ରଦାନ, ପୁରୁଣା ପେନସନ ଲାଗୁ କରିବା, ଓ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଆଦି ଦାବି କରାଯାଇଛି । ଏହି ଦାବି ଗୁଡ଼ିକ ପୂର୍ବରୁ ଶିକ୍ଷକ ମାନେ ଦାବି କରି ଆସୁଥିଲେ ମଧ୍ୟ ଦାବି ପୂରଣ ପାଇଁ ପ୍ରାଥମିକ ଶିକ୍ଷକ ମାନେ ଚରମ ପନ୍ଥା ଗ୍ରହଣ କରିଛନ୍ତି । ବର୍ତମାନ ପ୍ରାଥମିକ ଶିକ୍ଷକ ମାନେ କଳାବ୍ୟାଚ ପରିଧାନ ସହ ୟୁନିଫର୍ମ କୁ ବର୍ଜନ କରି ବିଦ୍ୟାଳୟ ଆସୁଥିବା ବେଳେ ଆସନ୍ତା ୧୫,୧୬ ଓ ୧୭ ତାରିଖ ତିନିଦିନ ଧରି ସାମୁହିକ ଭାବେ ଛୁଟି ନେଇ ବିଦ୍ୟାଳୟ ରେ ଅନୁପସ୍ଥିତ ରହିବେ ବୋଲି ଦଶପଲ୍ଲା ବ୍ଲକ ବିଇଓ ଙ୍କୁ ଜଣାଇଥିବା ସଂଘର ସଭାପତି ପବିତ୍ର କୁମାର ସାହୁ ଓ ସମ୍ପାଦକ ଯୋଗେଶ୍ୱର ସାହୁ ପ୍ରକାଶ କରିଛନ୍ତି ।
