ସାକ୍ଷୀଗୋପାଳ : ଓଡିଶୀ ନୃତ୍ୟ, ଓଡିଶୀ ସଙ୍ଗୀତ ଓ ମର୍ଦ୍ଦଳ ଗୁରୁ ଲିଙ୍ଗରାଜ ଵେହେରା ଙ୍କର ନିଜ ଗ୍ରାମ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଶାସନରେ ଆଜି ପରଲୋକ ହୋଇଛି।୮୧ ବର୍ଷୀୟ ସ୍ବର୍ଗତ ଵେହେରା ଏକା ଧାରାରେ ଓଡିଶୀ ନୃତ୍ଯ, ଓଡିଶୀ ସଂଗୀତ ଓ ମର୍ଦ୍ଦଳ ବାଦନ କ୍ଷେତ୍ରରେ ଵେଶ ପାରଦର୍ଶିତା ଲାଭ କରିଥିଲେ। ସ୍ବର୍ଗତ ଗୁରୁ କେଳୁଚରଣ ମହାପାତ୍ର ଙ୍କଠାରୁ ନୃତ୍ଯ ଶିକ୍ଷା ଆରମ୍ଭ କରିଥିଲେ। ଯୁବକ ସମୟରେ ଅନ୍ନପୁର୍ଣ୍ଣା ବି ଗୃପ ର କଳାକାର ଭାବରେ ନୃତ୍ୟ ଅଭିନୟ କରିଥିଲେ। କଟକ କଳା ବିକାଶ କେନ୍ଦ୍ରରେ ଶିକ୍ଷାଗ୍ରହଣ କରି ବାଲେଶ୍ୱର ନୃତ୍ଯ କଳା ମନ୍ଦିରରେ ଶିକ୍ଷକ ଭାବରେ ଯୋଗ ଦେଇଥିଲେ।ପୁରୀ ସହର ସହିତ ସତ୍ଯବାଦୀ ସଂଗୀତ ମହାବିଦ୍ଯାଳୟ, ସାକ୍ଷୀଗୋପାଳରେ ଓଡିଶୀନୃତ୍ୟ ଶିକ୍ଷା ଦାନ କରିଥିଲେ।ସ୍ବର୍ଗତ ଗୁରୁଙ୍କ ମୃତ୍ୟୁ ଖବର ପାଇବାପରେ ତାଙ୍କର ଶିଷ୍ଯ ଓ ଶିଷ୍ୟା ମାନଙ୍କ ମଧ୍ୟରେ ସୁଜାତା ମହାପାତ୍ର, ସଂଚିତା ଭଟ୍ଟାଚାଯ୍ଯ, ନାରାୟଣ ପାଣ୍ଡେ, ଅଶୋକ ଦାସ, ଚିରଶ୍ରୋତା ଖୁଣ୍ଟିଆ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ପୁରୀ ଜିଲ୍ଲା ତଥା ସତ୍ଯବାଦୀର ପ୍ରଥମ ଓଡିଶୀ ନୃତ୍ଯଗୁରୁ ଭାବେ ପରିଚିତ ସ୍ବର୍ଗତ ବେହେରା ୨୦୧୮ ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ସତ୍ୟଵାଦୀ ଜଣେ ନୂତ୍ୟ, ସଙ୍ଗୀତ ସାଧକଙ୍କୁ ହରାଇଲା ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି। ଗ୍ରାମୀଣ ପରିଵେଷ୍ଠନୀ ରେ ଶାସନୀ ଓଡିଶୀ ପରିବେଷଣ କ୍ଷେତ୍ରରେ ତାଙ୍କର ନିଆରା ନିର୍ଦ୍ଦେଶନା ରହିଥିଲା।ସ୍ଥାନୀୟ କଳାକାର ମାନେ ସତ୍ୟଵାଦୀ ସଙ୍ଗୀତ ମହାବିଦ୍ୟାଳୟରେ ଶେଷ ଦର୍ଶନ କରି ଶ୍ଳଦ୍ଧାଞଳୀ ଅର୍ପଣ କରିଥିଲେ। ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।ଜ୍ୟେଷ୍ଠ ପୁତ୍ର ମନୋରଞ୍ଜନ ବେହେରା ମୁଖାଗ୍ନି ଦେଇଥିଲେ l ଫଟୋ ୧ l