ଦାନଗଦି : : ଦାନଗଦି – ବାଙ୍ଗରକୋଟା ରାସ୍ତା ରମ୍ପିଲୋ ଗାଁ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ରେ ଜଣେ କଲେଜ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି ହୋଇଛି । ମୃତ ଛାତ୍ର ଜଣକ ହେଲେ ରାମ୍ପିଲୋ ଗାଁ ର ପ୍ରଫୁଲ୍ଲ ଜେନାଙ୍କ ପୁଅ କୈଳାସ ଜେନା (୧୬) ଓ ଆହତ ଛାତ୍ର ଜଣକ ହେଲେ ସେହି ଗାଁ ର ଶ୍ୟାମ ଜେନା ଙ୍କ ପୁଅ ପ୍ରିୟା°ସୁ ଜେନା(୧୫) । ଉଭୟ କଲେଜ ରେ ପାଠ ପଢନ୍ତି। ଖବର ପାଇ ଦାନଗଦି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ବ୍ୟବଚ୍ଛେଦ ପାଇଁ ଦାନଗଦି ଡ଼ାକ୍ତରଖାନାକୁ ପଠାଇବା ସହ ଆହତ ଛାତ୍ର ପ୍ରୀୟାଂଶୁ ଙ୍କୁ ଦାନଗଦି ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆ ଯାଇଛି। ପୁଲିସ କେସ ନମ୍ବର ୬୧୯/୨୦୨୩ ରେ ମାମଲା ରୁଜୁ କରିଛି। ଉଭୟ ବାରାଖାଇ ଆଡୁ ଏକ ବାଇକ୍ ରେ ଦୃତ ଗତିରେ ଆସି ରାମ୍ପିଲୋ ଗାଁ ନିକଟ ରେ ଭାରସାମ୍ୟ ହରାଇ ଏକ ଗଛ ରେ ପିଟି ହେଇ ଛିଟିକି ପଡ଼ିଥିଲେ। ଯାହାଫଳରେ ଘଟଣାସ୍ଥଳରେ କୈଳାସ ମୃତ୍ୟୁ ଘଟିଥିଲା ଓ ପ୍ରିୟାନସୁ ଗୁରୁତର ଆହତ ହୋଇଥିଲା।