Odisha news

ଅଚଳ ହୋଇ ପଡ଼ିରହିଛି ଶବ ସଂରକ୍ଷଣ ମେସିନ ଦୂର୍ଗନ୍ଧରେ ନାକ ଫାଟି ପଡୁଛି ବ୍ୟବଚ୍ଛେଦ ଗୃହ 

0
ଦାନଗଦି, ତା ୨୯/୧୦ : ଦାନଗଦି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଶବ ସଂରକ୍ଷଣ ମେସିନ ଟି ଦୀର୍ଘଦିନ ହେବ ଅଚଳ ହୋଇ ପଡ଼ି ରହିଛି। ଯାହାଫଳରେ ଅଜଣା ମୃତ ବ୍ୟକ୍ତିଙ୍କ ଶବକୁ ଚିହ୍ନଟ ପାଇଁ ରଖିବାରେ ବହୁ ଅସୁବିଧା ହେଉଛି। ଏହି ଡାକ୍ତର ଖାନା କୁ ଦୈନିକ ୪/୫ ଟି ଶବ ବ୍ୟବଚ୍ଛେଦ ପାଇଁ ଆସୁଛି । କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ କୋରେଇ , ଧର୍ମଶାଳା ଓ ସୁକିନ୍ଦା ଅଞ୍ଚଳରେ ଦୁର୍ଘଟଣା ମାନ ଘଟିଥାଏ । ଯାହାକି ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିଚୟ ନ ମିଳିବାରୁ ଶବକୁ ଚିହ୍ନଟ ପାଇଁ ଏହି ଡାକ୍ତର ଖାନାରେ ରଖା ଯାଇଥାଏ। ହେଲେ ଏହି ସଂରକ୍ଷଣ ମେସିନ ଟି ଅଚଳ ହୋଇଯିବା ଫଳରେ ମୃତ ଦେହ ସବୁକୁ ଏଠାରେ ରଖିବାରେ ଅସୁବିଧା ହେଉଛି।  ଏହା ବ୍ୟତୀତ ଏହି ଶବ ସଂରକ୍ଷଣ ମେସିନ ଟି ଅଚଳ ହୋଇଯିବାରୁ ସନ୍ଧ୍ୟା ପରେ ଡାକ୍ତରଖାନା କୁ ଆସୁଥିବା ମୃତଦେହ କୁ ପରଦିନ ବ୍ୟବଚ୍ଛେଦ ପାଇଁ ରଖିବାରେ ଅସୁବିଧା ହେଉଛି। ଶବ କୁ ବାହାରେ ରଖିବାରୁ ଦୂର୍ଗନ୍ଧରେ ନାକ ଫାଟି ପଡୁଛି। ଡାକ୍ତର ମାନେ ନାକରେ ମାସ୍କ ନ ଲଗାଇଲେ ବ୍ୟବଚ୍ଛେଦ ପାଇଁ ଘରେ ପଶି ପାରୁନାହାନ୍ତି।ବାରମ୍ବାର ଡାକ୍ତରଖାନା ପରିଚାଳନା କମିଟି କୁ ଏବଂ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ଏହି ମେସିନ କୁ ସଚଳ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।(ଫଟୋ)
Leave A Reply